ପୋଖରୀରେ ବୁଡ଼ି ଯୁବକ ମୃତ
କୋରେଇ : ପାଣିକୋଇଲି ଥାନା ଅନ୍ତର୍ଗତ ପଥରପଦା ପଂଚାୟତର ଦାମୋଦରପୁର ଗ୍ରାମର କୁଶାସନ ଦାଶଙ୍କ ଏକମାତ୍ର ପୁଅ ହରିହର (୨୪) କାର୍ତିକ ପୁର୍ଣିମା ଦିନ ପୋଖରୀରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି । ହରିହର କାଙ୍କଲାପାଟଣା ଗ୍ରାମରେ ଥିବା ତାଙ୍କର ପିଉସି କାହ୍ନୁ ପତିଙ୍କ ଘରକୁ ବୁଲିବାକୁ ଯାଇଥିଲେ । ପିଉସିଙ୍କ ପର ପାଖରେ ଥିବା ଏକ ପୋଖରୀକୁ ହରିହର ଗାଧୋଇବାକୁ ଯାଇଥିବା ବେଳେ ତାଙ୍କର ଗୋଡ଼ ଖସିଯାଇଥିଲା । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହରିହର ଏକ ପାଦ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲା ବେଳେ ଜଣେ ପରୋପକାରୀ ଓ ମେଳାପି ଯୁବକ ଥିଲେ । ତାଙ୍କର ଅକାଳ ବିୟୋଗରେ ସମଗ୍ର ଦାମୋଦରପୁର ଓ କାଙ୍କଲା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ୧୩ /୨୧ଋଜୁ କରାଯାଇ ହରିହରର ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ହରିହର ପରିବାରକୁ ସରକାରୀ ସହୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।
