ଫୁଲବାଣୀରେ ଆଇନଜୀବୀ ମାନଙ୍କ ପାଇଁ ଇ-ସେବା ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ
- ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପ୍ରଧାନ ବିଚାରପତିଙ୍କ କନ୍ଧମାଳ ଗସ୍ତ
କନ୍ଧମାଳ : ଓଡ଼ିଶା ଉଚ୍ଚ ନାୟାଳୟର ପ୍ରଧାନ ବିଚାରପତି ଡ଼ଃ.ଏସ ମୁରଲିଧର ଶୁକ୍ରବାର ସ୍ଥାନୀୟ ଫୁଲବାଣୀ ଜିଲ୍ଲା ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ଠାରେ ପହଂଚି ଆଇନଜୀବୀଙ୍କ ଇ-ସେବା ତାଲିମ କାର୍ଯ୍ୟକ୍ରମର ଶୁଭ ଉଦଘାଟିତ କରିଥିଲେ । ଆଜି ସକାଳେ ଫୁଲବାଣୀ କୋର୍ଟ ଛକ ଠାରେ ଓଡ଼ିଶା ଉଚ୍ଚ ନାୟାଳୟର ପ୍ରଧାନ ବିଚାରପତି ଡ଼ଃ.ଏସ ମୁରଲିଧର ପହଂଚିବାରେ ଫୁଲବାଣୀ ଅଦାଲତର ସମସ୍ତ ସଦସ୍ୟ କୋର୍ଟଛକ ଠାରୁ ପୁଷ୍ଫଗୁଛ ଦେଇ ପାଛୋଟି ଆଣିଥିଲେ କୋର୍ଟ ପରିସରକୁ ।କୋର୍ଟ ପରିସରରେ ଥିବା ସମସ୍ତ ଅଦାଲତ ଏବଂ ମାଲାଖାନା,ପାଠାଗାର,ଭିଡିଓ କନଫେନ୍ସି ଗୃହ ଏବଂ ଓକିଲ ବାର କକ୍ଷକୁ ବୁଲି ପରିଦର୍ଶନ କରିବା ସହ ଫୋଟ ଉତୋଳନକରିଥିଲେ ।ପରେ ଜିଲ୍ଲା ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ଠାରେ ପହଂଚି ଆଇନଜୀବୀଙ୍କ ଇ-ସେବା ତାଲିମ କାର୍ଯ୍ୟକ୍ରମର ଶୁଭ ଉଦଘାଟିତ କରିବା ସହ କାର୍ଯ୍ୟକ୍ରମର ବିଶେଷ୍ୟତା ଉପରେ ବକ୍ତବ୍ୟ ରଖିଥିଲେ । ପରେ ଜିଲ୍ଲା ଓକିଲ ସଂଘର ଅନୁରୋଧ ରକ୍ଷାକରି ଓକିଲ ବାର କକ୍ଷରେ ଯୋଗ ଦେଇଥିଲେ ।
ଫୁଲବାଣୀ ଓକିଲ ସଂଘର ସଭାପତି ସିର୍ଦ୍ଧେଶ୍ୱର ଦାସଙ୍କ ସଭାପତିତ୍ୱରେ ଏବଂ ସମ୍ପାଦକ ଅଜିତ ପଟ୍ଟନାୟକଙ୍କ ପରିଚାଳନାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ବରିଷ୍ଠ ଆଇନଜୀବି ବଂଶିଧର ମହାପାତ୍ର ମୁଖ୍ୟ ନ୍ୟାୟଧିଶଙ୍କୁ ଉତରୀୟ ପ୍ରଦାନ କରିଥିବା ବେଳେ ଆଇନଜୀବୀ ପ୍ରତାପ କୁମାର ପାତ୍ର ଏକ ମେମୋରେଣ୍ଡମ ପ୍ରଦାନ ଦେଇଥିଲେ । ମୁଖ୍ୟ ନାୟାଧିଶ ବୈଠକରେ ଫୁଲବାଣୀ ଅଦାଲତ ଏବଂ ଓକିଲ ମାନଙ୍କୁ ପ୍ରସଂଶା କରିବା ସହ ଆଇନଜୀବୀ ମାନଙ୍କୁ ମାର୍ଗ ଦର୍ଶକ ଦେଇଥିଲେ । ପରେ କନ୍ଧମାଳ ଜିଲ୍ଲାର ଏବଂ ଓକିଲ ସଂଘ ପକ୍ଷରୁ ଏକ ଉପହାର ପ୍ରଦାନ ଭିଜିଲାନ୍ସ ପିପି ଭି.ଭି ରାମଦାସ,ମହିଳା ଅଦାଲତ ପିପି ଶିବ ପ୍ରସାଦ ତ୍ରିପାଠୀ,ଆଇନଜୀବୀ ମନୋରଞ୍ଜନ ମହାନ୍ତିଙ୍କ ଜରିଆରେ ପ୍ରଦାନ କରାଯାଇଥିଲା ।ସେଶରେ ବରିଷ୍ଠ ଆଇନଜୀବି ରବି ନାରାୟଣ ମିଶ୍ର ବୈଠକରେ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଦୌରାଜଜ ସାରଦା ପ୍ରସାଦ ନାୟକଙ୍କ ସମେତ ଆଇନଜୀବୀ ଦେବବ୍ରତ ପ୍ରଧାନ,ଅସୀମ ପ୍ରହରାଜ,ହରିଶ୍ଚନ୍ଦ୍ର ମହାରଣା,ଅଜୟ ସିଂ,ବିଜୟ କୃଷ୍ଣ ପଟ୍ଟନାୟକ,ମନୋଜ ପଟ୍ଟନାୟକ,ଜୟନ୍ତ ମହାନ୍ତି,ନିହାରିକା ପାତ୍ର,ଡି ବାନାର୍ଜ, ନୋଟାରୀ ବିରେନ୍ଦ୍ର ସୁବୁଦ୍ଧି,ସତ୍ୟ ନାରାୟଣ ବେହେରା,ଦିପକ ରଥ,ପ୍ରଦିପ୍ତ ରଞ୍ଜନ ନାୟକ,ବୀଣାପାଣି ପ୍ରଧାନ,ନମିତା ସାହୁ,ଜୟନ୍ତୀ ପାଣୀଗ୍ରାହୀ,ପ୍ରିତି ପାତ୍ର,ସଂଘର କାର୍ଯ୍ୟକାରୀ ସଦସ୍ୟ ବିଶ୍ୱଜିତ ପଟ୍ଟନାୟକ,ଆଦିତ୍ୟ ପ୍ରସାଦ ତ୍ରିପାଠୀ, ଗୌରୀ ଶଙ୍କର ବେହେରା,ଆଇନଜୀବୀ କୁଞ୍ଜ ଶତପଥି,ସଦାଶିବ ପାତ୍ର, ଅଗସ୍ତି ଜାନୀ, କମଳ କୁମାର ବେହେରା,ପଙ୍କଜ ବେହେରା ପ୍ରମୁଖଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ ।
