କୃଷି ଆଇନ ପ୍ରତ୍ୟାହାର କୃଷକଙ୍କ ବିଜୟ : ଚେଲ୍ଲା କୁମାର
ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ଆସନ୍ତା ଡିସେମ୍ବର ୨୬ ତାରିଖରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁଥିବା ସଦ୍ଭାବନା ସମାବେଶର ଏକ ପ୍ରସ୍ତୁତି ବୈଠକ, ଆଜି ପୂର୍ବାହ୍ନରେ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଯୋଗଦେଇ ଅଖିଳ ଭାରତ କଂଗ୍ରେସ କମିଟିର ପ୍ରଭାରୀ ଡଃ ଏ ଚେଲାକୁମାର କହିଲେ ଯେ କଂଗ୍ରେସ ସେବାଦଳର ଗୌରବମୟ ଇତିହାସ ରହିଛି ସେବାଦଳର କଂଗ୍ରେସ ଦଳର ମେରୁଦଣ୍ଡ ଭଳି କାର୍ଯ୍ୟକରିଥାଏ । ଭାରତବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ପଣ୍ଡିତ ଜବାହାରଲାଲ ନେହେରୁ ଏହି ସଂଗଠନର ପ୍ରଥମ ସଭାପତି ରହି, ଯୁବକ ମାନଙ୍କୁ ଶୃଙ୍ଖଳାରେ ବାନ୍ଧି ରଖିବା ପାଇଁ କାର୍ଯ୍ୟ କରୁଥିଲେ । ସ୍ୱାଧୀନତା ସଂଗ୍ରାମରେ କଂଗ୍ରେସ ସେବାଦଳର ଏକ ସ୍ୱତନ୍ତ୍ର ଭୂମିକା ଥିଲା ।
ଅନ୍ୟତମ ଅତିଥି ଅଖିଳ ଭାରତ କଂଗ୍ରେସ କମିଟିର ସଂପାଦକ ଜି ରୁଦ୍ର ରାଜୁ କହିଲେ ଯେ ଛାତ୍ର ଯୁବକମାନେ ଦେଶର ଭବିଷ୍ୟତ । ସେମାନଙ୍କ ଭିତରେ ରାଷ୍ଟ୍ରୀୟ ଭାବନା ସୃଷ୍ଟି କରିବା କଂଗ୍ରେସ ସେବାଦଳର ମୁଖ୍ୟ କାର୍ଯ୍ୟ । ଏହି ସଂଗଠନକୁ ପ୍ରଶିକ୍ଷଣ ମାଧ୍ୟମରେ ବ୍ୟାପକ କରିବାକୁ ସେ ଆହ୍ୱାନ ଦେଇଥିଲେ । ଆସନ୍ତା ଡିସେମ୍ବରରେ ହେବାକୁଥିବା ଏହି ସଦ୍ଭାବନା ସମାବେଶକୁ ସଫଳ କରିବା ପାଇଁ ଉପସ୍ଥିତ ଜିଲ୍ଲା କର୍ମକର୍ତା ମାନଙ୍କୁ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଯଜେ୍ଞଶ୍ୱର ବାବୁ, ମିଡିଆ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଓ ପଛୁଆବର୍ଗ ବିଭାଗର ଅଧ୍ୟକ୍ଷ ଜ୍ଞାନଦେବ ବେଉରା ଉପସ୍ଥିତ ରହି ଜିଲ୍ଲା କର୍ମକର୍ତା ମାନଙ୍କୁ ଉତ୍ସାହିତ କରିଥିଲେ । ୩୩ ଗୋଟି ସାଂଗଠନିକ ଜିଲ୍ଲାରୁ କର୍ମକର୍ତା କାର୍ଯ୍ୟକ୍ରମରେ ଭାଗନେଇଥିଲେ । ସେହିପରି କଂଗ୍ରେସ ନେତା ଗଣେଶ୍ୱର ବେହେରା କହିଛନ୍ତି, କୃଷକଙ୍କ ବିଜୟ ହୋଇଛି ଅର୍ଥ କଂଗ୍ରେସର ବିଜୟ ହୋଇଛି । ଶେଷରେ ସରକାର ଅନୁଭବ କଲେ ଏହା କଳା ଆଇନ । ଯାହା ପ୍ରଧାନମନ୍ତ୍ରୀ ନିଜ ତୁଣ୍ଡରେ ପ୍ରତ୍ୟାହାର କରି ସ୍ୱୀକାର କରିଛନ୍ତି । କିଛି କୃଷକମାନଙ୍କ ଜୀବନ ଯାଇଛି । ସେମାନଙ୍କ ବଳିଦାନ କେବେ ବି ବ୍ୟର୍ଥ ଯିବନି ।
