ରାଜ୍ୟର ଆଉ ୩ କରୋନା ଆକ୍ରାନ୍ତ ମୃତ
- ମୋଟ ମୃତ୍ୟୁ ସଂଖ୍ୟା ୮୩୮୯ ହେଲା
ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୩ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହ ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢି ୮୩୮୯ ହୋଇ ଯାଇଛି ।
ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରୁ ୨ ଜଣ ସଂକ୍ରମିତ ହୋଇଥିବା ବେଳେ ଗଂଜାମ ଜିଲ୍ଲାରୁ ଜଣେ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି ।
