ରେଲୱେ ପକ୍ଷରୁ ବିଜ୍ଞପ୍ତି ଜାରି : ଅପରେଣ୍ଟିସ ପଦବୀ ଖାଲି, ଆବେଦନ କରିପାରିବେ ଆଶାୟୀ ପ୍ରାର୍ଥୀ
ନୂଆଦିଲ୍ଲୀ: ଭାରତୀୟ ରେଲୱେରେ ଚାକିରି କରୁବାକୁ ଇଚ୍ଛା ରଖିଥିବା ଯୁବପିଢ଼ିଙ୍କ ପାଇଁ ଖୁସିଖବର। ବିଭିନ୍ନ ପଦବୀ ପାଇଁ ଭାରତୀୟ ରେଲୱେ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। ଭାରତୀୟ ରେଲୱେର ଉତ୍ତର ମଧ୍ୟ ରେଲୱେ, ପ୍ରୟାଗରାଜ, ଉତ୍ତରପ୍ରଦେଶ ଅଧିନରେ ଅପରେଣ୍ଟିସ ପଦବୀ ଖାଲିପଡିଛି। ଆଶାୟୀ ପ୍ରାର୍ଥୀ ଏହି ପବବୀ ପାଇଁ ଏବେ ଆବେଦନ କରିପାରିବେ।
ଶିକ୍ଷାଗତ ଯୋଗ୍ୟତା ଅନୁସାରେ ପ୍ରାର୍ଥୀମାନେ ସର୍ବନିମ୍ନ ୫୦% ମାର୍କ ସହିତ ଦଶମ ଶ୍ରେଣୀ କିମ୍ବା ଏହାର ସମାନ (୧୦ + ୨ ସିଷ୍ଟମ୍ ଅଧୀନରେ) ପାସ୍ କରିବା ଉଚିତ୍। ଏଥିସହ ଏନସିଭିଟି/ଏସସିଭିଟି ସହିତ ଜଡିତ ଏକ ସ୍ୱୀକୃତିପ୍ରାପ୍ତ ଶିଳ୍ପ ତାଲିମ ପ୍ରତିଷ୍ଠାନରୁ ଆଇଟିଆଇ ସାର୍ଟିଫିକେଟ୍ / ଜାତୀୟ ବାଣିଜ୍ୟ ପ୍ରମାଣପତ୍ର ଥିବା ଜରୁରୀ। ଦଶମ ଏବଂ ଆଇଟିଆଇ ମେରିଟ୍ ତାଲିକାରେ ମିଳିଥିବା ମାର୍କ ଆଧାରରେ ପ୍ରାର୍ଥୀଙ୍କ ଚୟନ କରାଯିବ। ଏହି ଚାକିରି ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ କୌଣସି ଚାକିରି ମଧ୍ୟ ଦେବାକୁ ପଡିବ ନାହିଁ। ସେହିପରି ପ୍ରାର୍ଥୀଙ୍କ ବୟସ ସୀମା ୧୫ ବର୍ଷରୁ ୨୪ ବର୍ଷ ମଧ୍ୟରେ ହେବା ଉଚିତ୍ । ଅନ୍ୟପକ୍ଷରେ ଏସ୍ସି/ଏସ୍ଟି/ପିଏଚ୍/ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ମାଗଣା ରହିଛି। ଅନ୍ୟମାନଙ୍କୁ ପାଇଁ ଆବେନଦ ଫିସ୍ ୧୦୦/- ଟଙ୍କା ରଖାଯାଇଛି। କିଭଳି କରିବେ ଆବେଦନ- ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି, ସେମାନେ rrcpryj.org ରେ ଭାରତୀୟ ରେଲୱେର ଅଫିସିଆଲ୍ ୱେବସାଇଟ୍ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଏହି ପଦବୀଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ଡିସେମ୍ବର ୧ ତାରିଖ ରହିଛି।
