ଆଜିର ଭାଗ୍ୟଫଳ (ଗୁରୁବାର, ୧୮ /୧୧/୨୦୨୧), ମା’ ଲକ୍ଷ୍ମୀଙ୍କ କୃପାରୁ ଏହି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି
ଆଜି ୨୦୨୧ ନଭେମ୍ବର ୧୮ । ଗୁରୁବାର । ବିଛାମାସ ୩ ଦିନ । କାର୍ତ୍ତିକମାସ । ଶୁକ୍ଳପକ୍ଷ । ଚତୁର୍ଦ୍ଦଶୀ ତିଥି ଦିବା ୧୨ଟା ଗତେ ପୂର୍ଣ୍ଣିମା ତିଥି । ଦ୍ଵିଜା ନକ୍ଷତ୍ର । ମେଷ ରାଶିରେ ଚନ୍ଦ୍ର। ବରୀୟାନ ଯୋଗ। ବାଣିଜ୍ୟ କରଣ, ଦିବା ୧୨ଟା ଗତେ ଗତେ ବିଷ୍ଟି କରଣ। ତୁଳା, କୁମ୍ଭ ରାଶିର ଘାତବାର। ମେଷ ରାଶିର ଘାତଚନ୍ଦ୍ର। ବିରି ଜାତୀୟ ଦ୍ରବ୍ୟ ନ ଖାଇଲେ ଭଲ, ଦିବା ୧୨ଟା ପରେ ଆମିଷ, ତୈଳ ନ ଖାଇଲେ ଭଲ। ଯୋଗିନୀ- ପଶ୍ଚିମେ ଦିବା ୧୨ଟା ପରେ ବାୟବ୍ୟେ ଯାତ୍ରା ନିଷେଧ। ଶ୍ରାଦ୍ଧ ତର୍ପଣ- ପୂର୍ଣ୍ଣିମାର ପାର୍ବଣ ଶ୍ରାଦ୍ଧ। ଅଶୁଭ ସମୟ- ଦିବା ୨ଟା ୧୭ମିନିଟ୍ ରୁ ଦିବା ୩ଟା ୪୦ମିନିଟ୍, ଦିବା ୩ଟା ୪୦ମିନିଟ୍ ରୁ ୫ଟା ୨ମିନିଟ୍, ରାତ୍ରି ୧୧ଟା ୩୨ମିନିଟ୍ ରୁ ରାତ୍ରି ୧ଟା ୯ମିନିଟ୍। ଶୁଭ ସମୟ- ପ୍ରାତଃ ୬ଟା ୧ମିନିଟ୍ ରୁ ୭ଟା ୨୭ମିନିଟ୍, ସନ୍ଧ୍ୟା ୫ଟା ୫୫ମିନିଟ୍ ରୁ ରାତ୍ର ୯ଟା ୨୧ମିନିଟ୍, ରାତ୍ର ୧ଟା ୧୦ମିନିଟ୍ ରୁ ରାତ୍ର ୩ଟା ୨୪ମିନିଟ୍, ରାତ୍ର ୪ଟା ୧୮ମିନିଟ୍ ରୁ ୬ଟା।
ମେଷ:-
ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ସମ୍ମାନ ଲାଭ କରିବେ। ସମାଜ କଲ୍ୟାଣ, ଧର୍ମାନୁଷ୍ଠାନରେ, ମଠ, ମନ୍ଦିରମାନଙ୍କରେ ଯୋଗଦାନ କରି ପ୍ରଶଂସିତ ହେବେ। ରାଜନୀତି କ୍ଷେତ୍ରରେ ଧଳା ବସ୍ତ୍ର ପରିଧାନ କଲେ ବ୍ୟକ୍ତିତ୍ୱର ପ୍ରଭାବ ବୃଦ୍ଧି ପାଇବା ସହ ଲାଭବାନ ହେବେ। ଶାରିରୀକ ଅସୁସ୍ଥତା ଦେଖା ଦେବ। ଈର୍ଷାପରାୟଣ ବ୍ୟକ୍ତିମାନେ କଟୁ ବଚନ ଶୁଣେଇବେ। ଦୈବୀଶକ୍ତି ବଳରେ ବିପଦରୁ ରକ୍ଷା ପାଇପାରିବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ବୃଷ:-
ବିଦ୍ୟାର୍ଥୀବର୍ଗ ଅତ୍ୟନ୍ତ ସଫଳତା ସହ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେବେ। ବ୍ୟବସାୟୀମାନେ ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ ହେବେ। ଭୂମିକ୍ରୟ, ବାହନକ୍ରୟ, ଗୃହନିର୍ମାଣ କରିବାରେ ଖର୍ଚ୍ଚ କରିବାକୁ ପଡ଼ିବ। ଆଧ୍ୟାତ୍ମିକ ଓ ଧର୍ମ କାର୍ଯ୍ୟରେ ଲିପ୍ତ ରହିବେ। ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ ବଢିଯିବ। ଏକାଧିକ କାମରେ ହାତ ଦେଇ ଭଲ ବଦଳରେ ମନ୍ଦସୃଷ୍ଟି ହୋଇପାରେ। ଦୂରଯାତ୍ରାରେ କଷ୍ଟ ଅନୁଭବ କରିବେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
ମିଥୁନ:-
ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ବାଣିଜ୍ୟ କ୍ଷେତ୍ରରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ଋଣ ପରିଶୋଧ କରିବାର ସୁଯୋଗ ପାଇବେ। ଆଇନ ଅଦାଲତରେ ଜୟଯୁକ୍ତ ହେବେ। ବିଦ୍ୟାରେ ଉନ୍ନତି ସହ ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ପ୍ରଶଂସିତ ହେବେ। ଦୂରେଇ ଯାଇଥିବା ବନ୍ଧୁମାନେ ପୁଣି ନିକଟବର୍ତ୍ତୀ ହେବେ। ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ। ପ୍ରତିକାର- ଆମିଷ ସେବନ କରନ୍ତୁ ନାହିଁ।
କର୍କଟ:-
ଯଶ ମାନ ପ୍ରତିଷ୍ଠା ବୃଦ୍ଧି ପାଇବ। ପ୍ରତିଯୋଗିତା ଓ ପ୍ରଶାସନ ସେବା ସଂବନ୍ଧିତ ପରୀକ୍ଷାରେ ଉତ୍ତୀର୍ଣ୍ଣହେବେ। କର୍ମ ନିଯୁକ୍ତି ପାଇଁ ଚେଷ୍ଟା କଲେ ନୂତନ କର୍ମପ୍ରାପ୍ତି ହେବ ଓ ଚାକିରୀରେ ପ୍ରତିଷ୍ଠିତ ହେବା ସହ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ବନ୍ଧୁମିତ୍ରଙ୍କ ସହ ମନୋରଞ୍ଜନ, ଭ୍ରମଣ ଫଳରେ ହସଖୁସିର ବାତାବରଣ ସୃଷ୍ଟି ହେବ। ବିବାଦୀୟ ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇ ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।
ସିଂହ:-
ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ। ସାମୟିକ ରକ୍ତଚାପ ବା ଶିରୋପୀଡା ଜନିତ ପୀଡାରୁ ମୁକ୍ତି ମିଳିବ। କୌଣସି ଶିକ୍ଷା ଅନୁଷ୍ଠାନରେ ଯୋଗ ଦେବାର ସୁବିଧା ସୁଯୋଗ ଆସିବ। ଯଦି ବ୍ୟବସାୟ କରୁଥାନ୍ତି ଅତ୍ୟନ୍ତ ଲାଭାନ୍ନିତ ହୋଇ ସଂପତ୍ତି କ୍ରୟ କରିବେ। ରାଜନୀତି, ବିଜ୍ଞାନ, ବୈଷୟିକ ବିଦ୍ୟା, ଜ୍ୟୋତିଷ, ଦର୍ଶନ, ଅଧ୍ୟାପକ, ଓକିଲ, ପୋଲିସ, ଚିକିତ୍ସକ ମାନଙ୍କର ବିଶେଷ ଉନ୍ନତି ହେବ। ଏହି ସଂସ୍ଥାରେ ନୂତନ କର୍ମପ୍ରାପ୍ତି ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
କନ୍ୟା:-
ଯୁକ୍ତି-ତର୍କରେ ଦକ୍ଷତା ସହ ବ୍ୟବହାରିକ ବିଜ୍ଞାନ ଓ ଦର୍ଶନର ଗଭୀରତା ଭିତରକୁ ଟାଣିହୋଇ ଯିବେ। ମନ ଯୋଗ ଦେଇ କାର୍ଯ୍ୟ କଲେ ଉପରିସ୍ଥ କର୍ମଚାରୀ ମାନଙ୍କ ପ୍ରିୟଭାଜନ ହେବେ। ପରିବାରରେ କିଛି ଅର୍ଥ ସଙ୍କଟ ଦେଖାଦେବାରୁ ଅତ୍ୟଧିକ ଚିନ୍ତା କରିବେ। ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ। ଆଧ୍ୟାତ୍ମିକ ବା ଧାର୍ମିକ କ୍ଷେତ୍ରରେ ବ୍ୟସ୍ତ ରହିବେ। କର୍ମଚାରୀ କେହି ବିଶ୍ୱାସ ଘାତକତା କରି ପାରନ୍ତି। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
ତୁଳା:-
ଶୁଭ ସୂଚନା ପାଇ ମନରେ ଭୟ ଆଶଙ୍କା, ଶାରୀରିକ ଅସୁସ୍ଥତା ଦୂରେଇଯିବ। ଅଟକି ଯାଇଥିବା ଧନ, ଉଧାର ଦେଇଥିବା ଟଙ୍କା, ଋଣ କରିଥିବା ଅର୍ଥ ସହଜରେ ହସ୍ତଗତ ହେବା ଫଳରେ ଆର୍ଥିକ ସ୍ଥିତିକୁ ସୁଧାରି ପାରିବେ। ଇନ୍ଦ୍ରିୟ ପରାୟଣତା ଓ ବିଷୟ ବାସନା ଉପରେ ଅଧିକ ଗୁରୁତ୍ଵ ଦେବେ। ରାଜନୀତିରେ ଲୋକ ସମର୍ଥନକୁ ଆଧାର କରି ପଦପଦବି ଆଶାୟୀ ହେବେ। ସତର୍କତା ଅବଲମ୍ବନ ନକଲେ ମାଲିମୋକଦ୍ଦମାର ଭୟ ରହିବ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ବିଚ୍ଛା:-
ସେୟାର ମାର୍କେଟରେ ଲାଭ ମିଳିବ। ବଡ଼ ଭାଇ ଭଉଣୀଙ୍କର ସହଯୋଗ ମିଳିବା ସହ ଜୀବନସାଥୀଙ୍କ ସହିତ ସମ୍ପର୍କ ମଜବୁତ୍ ହେବ। କିଛି ନୂଆ କାର୍ଯ୍ୟ କରିବା ପାଇଁ ଉତ୍ସାହ ରହିବ। ଦୂରଯାତ୍ରା କରିବାର ସମ୍ଭାବନା ଅଛି। ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ। ରାଜନୀତି କ୍ଷେତ୍ରରେ ଉଚ୍ଚପଦ ପଦବୀ ପ୍ରାପ୍ତି ହେବ। ସରକାରୀ ଚାକିରୀ କ୍ଷେତ୍ରରେ ଏକ ବଡ ଦାୟିତ୍ୱ ମିଳିପାରେ। ବିଗିଡି ଯାଇଥିବା ସମ୍ପର୍କରେ ସୁଧାର ଆଣିପାରିବେ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।
ଧନୁ:-
ଆଧ୍ୟାତ୍ମିକ, ଧାର୍ମିକ ଓ ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ନୂତନ ଚାକିରୀ ପାଇବାର ସମ୍ଭାବନା ଅଛି। ପରିବାରର ସଦସ୍ୟଙ୍କ ସହିତ ମତଭେଦ ଦୂର ହୋଇ ଗୁରୁ ଗୁରୁଜନ ମାନଙ୍କ ଆଶିର୍ବାଦ ଓ ସାନିଧ୍ୟ ପ୍ରାପ୍ତ ହେବ। ଯୁବକ ଯୁବତୀମାନେ କ୍ୟାରିୟର ପାଇଁ ଭଲ ସୁଯୋଗ ପାଇବେ। ପ୍ରେମ ସମ୍ପର୍କ ମଜବୁତ୍ ହେବ। ସାଧାରଣ ଲୋକମାନେ ଆପଣଙ୍କର ଅତି ପ୍ରିୟ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
ମକର:-
ସାମାଜିକ କାର୍ଯ୍ୟକ୍ରର୍ମରେ ଯୋଗ ଦେବେ। ମନରେ ସକରାତ୍ମକ ଭାବନା ଜାଗ୍ରତ ହେବ। ପ୍ରେମ ସମ୍ପର୍କରେ ଛୋଟମୋଟ କଥାକୁ ନେଇ କୌଣସି ସମସ୍ୟା ସମାଧାନ ହୋଇ ଆଗକୁ ବଢ଼ି ପାରନ୍ତି। ଯଦି କୌଣସି ଜିନିଷ କିଣୁଛନ୍ତି ବା ବିକ୍ରି କରୁଛନ୍ତି ତେବେ ଜିନିଷର ବିଲ୍ ଅବଶ୍ୟ ନିଅନ୍ତୁ। ପୁଞ୍ଜି ନିବେଶ କରିବା ପୂର୍ବରୁ ବିଦ୍ୱାନ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନିଶ୍ଚୟ ନିଅନ୍ତୁ। ଚାକିରୀ କ୍ଷେତ୍ରରେ ସହକର୍ମୀ ମାନଙ୍କ ସହିତ ତାଳମେଳ ଭଲ ରହିବ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।
କୁମ୍ଭ:-
ସମସ୍ୟା ଗୁଡିକ ସମାଧାନ ହେବା ଯୋଗେ ଚିନ୍ତାମୁକ୍ତ ହେବେ। ସନ୍ତାନ ମାନଙ୍କର ବିଦ୍ୟାରେ ବାଧା ଦୂର ହେବ। ଯେଉଁ କାର୍ଯ୍ୟ ହାତକୁ ନେବେ ତାହା ପୂରଣ କରିପାରିବେ। ଅନ୍ୟମାନଙ୍କ ପରାମର୍ଶରେ ନିଜର ସ୍ୱଭାବକୁ ପରିବର୍ତ୍ତନ କରିପାରନ୍ତି। ଉଚ୍ଚପଦସ୍ଥ ବ୍ୟକ୍ତିମାନଙ୍କ ସହିତ ଭଲ ସମ୍ପର୍କ ରହିବ ଓ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ମିଳିପାରେ। ଟଙ୍କା ନିବେଶ କରିବା ପୂର୍ବରୁ ପ୍ରଥମେ ପ୍ଲାନିଂ କରନ୍ତୁ ଓ ସବୁ ବିଷୟରେ ବୁଝି ସୁଝି ନିର୍ଣ୍ଣୟ ନିଅନ୍ତୁ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
ମୀନ:-
ସମସ୍ତ କ୍ଷେତ୍ରରେ ସଫଳତା ମିଳିବ। ବ୍ୟବସାୟ ବଢ଼େଇବା ପାଇଁ ନୂଆ ଭାଗିଦାରୀ ଖୋଜିବେ। ନିଜର ଲକ୍ଷ୍ୟ ପୂରଣ କରିବା ପାଇଁ ଆଗ୍ରହୀ ହେବେ। ନିଜର କ୍ଷମତାକୁ ଯଥା କ୍ଷେତ୍ରରେ ପ୍ରୟୋଗ କରି ବିଶେଷ ଲାଭବାନ ହୋଇ ପାରିବେ। ନିଜର କଥାବାର୍ତ୍ତା ଓ ଚେଷ୍ଟା ଦ୍ୱାରା ବଡ଼ଧରଣ ବ୍ୟବସାୟର ଡିଲ୍ ନିଜ ନାମରେ କରିପାରିବେ। ଆଶାଠାରୁ ଅଧିକ ଧନ ଲାଭ ହେବ। କୌଣସି ବଡ କମ୍ପାନୀରେ ଇଣ୍ଟରଭ୍ୟୁ ଦେଇପାରନ୍ତି। ପ୍ରତିକାର:- ହଳଦୀ ଟିକେ ପାଣିରେ ମିଶେଇ ଗାଧାନ୍ତୁ।
