କରୋନା ସଂକ୍ରମିତ ହେଲେ ବିଧାୟକ ସୁର ରାଉତରାୟ ଓ ପତ୍ନୀ
ଭୁବନେଶ୍ୱର : କଂଗ୍ରେସ ଜଟଣୀ ବିଧାୟକ ସୁରେଶ ରାଉତରାୟ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହାସହ ବିଧାୟକଙ୍କ ସ୍ତ୍ରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ମୁତାବକ, କିଛି ଦିନ ପୂର୍ବେ ସୁରେଶଙ୍କ ପତ୍ନୀ କରୋନାରେ ସଂକ୍ରମିତ ହୋଇଥିଲେ । ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି । ଆଜି ସୁରେଶ ରାଉତରାୟଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି । କରୋନା ରିପୋର୍ଟ ଆସିବା ପରେ ସେ ନିଜକୁ ଘରେ ସଙ୍ଗରୋଧରେ ରଖିଛନ୍ତି । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଭଲ ରହିଛି । ଏହି କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି, ସେମାନେ ନିଜର ପରୀକ୍ଷା କରାଇ ନିଅନ୍ତୁ ବୋଲି ସେ କହିଛନ୍ତି ।
