ପ୍ରଥମ ଟି-୨୦ : ଭାରତକୁ ୧୬୫ ରନର ବିଜୟ ଲକ୍ଷ୍ୟ ଦେଲା ନ୍ୟୁଜିଲାଣ୍ଡ
ଜୟପୁର : ଭାରତ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି ୨୦ ସିରିଜର ପ୍ରଥମ ମ୍ୟାଚ ଜୟପୁରରେ ଜାରି ରହିଛି । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରେ ୬ ଓ୍ବିକେଟ ହରାଇ ୧୬୪ ରନ ସଂଗ୍ରହ କରିଛି ନ୍ୟୁଜିଲାଣ୍ଡ । ମାର୍ଟିନ୍ ଗପ୍ଟିଲ ୭୦ ଏବଂ ମାର୍କ ଚାପମାନ୍ ୬୩ ବଳରେ ଚ୍ୟାଲେଞ୍ଜିଂ ସ୍କୋର କରିବାକୁ ସକ୍ଷମ ହୋଇଛି କିଓ୍ବି ଟିମ । ଫଳରେ ଭାରତ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ ରହିଛି ।
ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତର ନବ ନିଯୁକ୍ତ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଓଭରର ତୃତୀୟ ବଲରେ ଭୁବନେଶ୍ୱର କୁମାର ନ୍ୟୁଜିଲ୍ୟାଣ୍ଡର ଇନଫର୍ମ ଓପ୍ନର ଡାରିଏଲ୍ ମିଚେଲ (୦)ଙ୍କୁ କ୍ଲିନ୍ ବୋଲ୍ଡ କରି ଭାରତକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ଏହା ପରେ ଗପ୍ଟିଲଙ୍କ ସାଥ୍ ଦେବାକୁ ଆସିଥିଲେ ମାର୍କ ଚାପମ୍ୟାନ୍। ଦୁହେଁ ଦୃଢ଼ତାର ସହ ଭାରତୀୟ ବୋଲିଂ ଆଟାକକୁ ସାମ୍ନା କରିଥିଲେ। ଗପ୍ଟିଲ ଓ ଚାପମ୍ୟାନ୍ ଦ୍ୱିତୀୟ ୱିକେଟ୍ ପାଇଁ ୧୦୯ ରନର ଶତକୀୟ ଭାଗିଦାରୀ କରି ନ୍ୟୁଜିଲ୍ୟାଣ୍ଡକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ଚାପମ୍ୟାନ୍ ୪୫ ବଲରେ ଓ ଗପ୍ଟିଲ ୩୧ ବଲରେ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହି ସେଟ୍ ଯୋଡ଼ିବାକୁ ଭାଙ୍ଗିଲେ ଭାରତର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍। ଚାପମ୍ୟାନ୍ ୬୩ (୫୦ ବଲ୍, ୬ ଚୌକା, ୨ ଛକା) ରନ କରି ଅଶ୍ୱିନଙ୍କ ବଲରେ ବୋଲ୍ଡ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଗ୍ଲେନ୍ ଫିଲିପ୍ସ ମାତ୍ର ୩ ବଲର ସାମ୍ନା କରି ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ମଧ୍ୟ ଅଶ୍ୱିନ୍ ପ୍ୟାଭିଲିୟନ୍ ପଠାଇଥିଲେ। ଏହା ପରେ ଗପ୍ଟିଲ ଦ୍ରୁତ ରନ୍ କରି ଦଳକୁ ମଜଭୁତ୍ ସ୍କୋର ଆଡ଼କୁ ନେଇଥିଲେ। କିନ୍ତୁ ଅଷ୍ଟାଦଶ ଓଭରରେ ଦୀପକ ଚହର ତାଙ୍କୁ ଆଉଟ୍ କରି ଭାରତକୁ ନିର୍ଣ୍ଣାୟକ ବ୍ରେକଥ୍ରୁ ଦେଇଥିଲେ। ଗପ୍ଟିଲ ୪୨ ବଲର ସାମ୍ନା କରି ୭୨ ରନ୍ କରିଥିଲେ, ଯେଉଁଥିରେ ୩ ଚୌକା ଓ ୪ ଛକା ସାମିଲ୍ ଥିଲା। ତାଙ୍କ ଆଉଟ୍ ପରେ ଭ୍ରମଣକାରୀ ଦଳର ରନ୍ ଗତି ହ୍ରାସ ପାଇଥିଲା। ଯେଉଁ କାରଣରୁ କିୱି ଟିମ୍ ୧୬୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ନ୍ୟୁଜିଲ୍ୟାଣ୍ଡ ଶେଷ ୧୬ ବଲରେ ମାତ୍ର ୧୧ ରନ୍ କରିଥିଲା। ଟିମ୍ ସିଫର୍ଟ ୧୨ ଓ ରଚିନ୍ ରବୀନ୍ଦ୍ର ୭ ରନ୍ କରି ଆଉଟ୍ ହୋଇଥିବା ବେଳେ ମିଚେଲ୍ ସାଣ୍ଟନର୍ ୪ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଓ ଅଶ୍ୱିନ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ। ଭାରତ ପକ୍ଷରୁ ଭୁବନେଶ୍ବର କୁମାର ୪ ଓଭରରେ ୨୪ ରନଦେଇ ୧ ଓ୍ବିକେଟ ନେଇଥିବା ବେଳେ, ରବିଚନ୍ଦ୍ରନ ଅଶ୍ବିନ ୪ ଓଭରରେ ୨୩ ରନ ୨ ଓ୍ବିକେଟ, ଅକ୍ଷର ପଟେଲ ୪ ଓଭରରେ ୩୧ରନ, ଦୀପକ ଚହର ୪ ଓଭରରେ ୪୨ରନ ୧ ଓ୍ବିକେଟ ଏବଂ ମହମ୍ମଦ ସିରାଜ ୪ ଓଭରରେ ୩୯ ରନ ଦେଇ ୧ ଓ୍ବିକେଟ ନେଇଛନ୍ତି ।
