ସଲମନ ଖୁର୍ସିଦଙ୍କ ବହି ଉପରେ ଦିଲ୍ଲୀ ହାଇକୋର୍ଟରେ ପ୍ରତିବନ୍ଧକ ଲଗାଇବାକୁ ଦାବି : ଆଜି ଶୁଣାଣୀ
ନୂଆଦିଲ୍ଲୀ : କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ନୂତନ ପୁସ୍ତକ ସୂର୍ଯ୍ୟୋଦୟ ଓଭର ଅଯୋଧ୍ୟା : ନେସନ ହୁଡ଼୍ ଇନ୍ ଆୱାର ଟାଇମ୍ସ ଉପରେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି । ନଭେମ୍ବର ୧୬ରେ ହାଇକୋର୍ଟ ଏହି ପିଟିସନର ଶୁଣାଣି କରିବେ । ପଟିଆଲା ହାଉସ କୋର୍ଟରେ ମଧ୍ୟ ଏକ ପିଟିସନ ଦାଖଲ କରାଯାଇଛି ।
ଆଡଭୋକେଟ୍ ବିନୀତ ଜିନ୍ଦଲ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି ।
ଆବେଦନକାରୀଙ୍କ ଓକିଲ ରାଜକିଶୋର ଚୌଧୁରୀ କହିଛନ୍ତି ଯେ, ସଲମାନ ଖୁର୍ସିଦ ସଂସଦର ସଦସ୍ୟ ଏବଂ ଦେଶର ପୂର୍ବତନ ଆଇନ ମନ୍ତ୍ରୀ । ସେ ବହୁତ ପ୍ରଭାବଶାଳୀ । ତାଙ୍କ ପୁସ୍ତକରେ ଲେଖାଯାଇଥିବା ଜିିନିଷ ଗୁଡ଼ିକ ଉପରେ ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ଅଧିକ କ୍ରୋଧିତ ହେବ । ଏହି କାରଣରୁ ଦେଶରେ ସୌହାର୍ଦ୍ଧ୍ୟ, ଶାନ୍ତି ଏବଂ ନିରାପତା ଉପରେ ଗୁରୁତର ପ୍ରଭାବ ପଡ଼ିବ । ଏହା ଅଶାନ୍ତି ସୃଷ୍ଟି କରିବାର ସମ୍ଭାବନା ଅଛି ।
