ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ ପ୍ରଶିକ୍ଷକ କାର୍ଯ୍ୟଶାଳା
ବାଲେଶ୍ୱର : ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଯୋଜନାରେ ବାଲେଶ୍ୱର ଜିଲା ଶିଶୁ ମନ୍ଦିର ସମୂହର ଜିଲ୍ଲାସ୍ତରୀୟ ଶିକ୍ଷକ ପ୍ରଶିକ୍ଷକ କାର୍ଯ୍ୟଶାଳା ଗତ ୧୩ ତାରିଖ ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ସୋରୋ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ଜେନା ଯୋଗଦେଇ ମା\’ ସରସ୍ୱତୀଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ବିଭିନ୍ନ ଉଦାହରଣ ମାଧ୍ୟମରେ ସକରାତ୍ମକ ଚିନ୍ତାଧାରା ଦ୍ୱାରା ଛାତ୍ରଛାତ୍ରୀଙ୍କ ବିକାଶ କରିବା ସମ୍ପର୍କରେ ନିଜର ମତ ରଖିଥିଲେ ।
ମାଣିଖମ୍ବ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ ତଥା ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଭବେନ୍ଦ୍ର କୁମାର ରାଉତ, ସମସ୍ତ ଅତିଥି, ଅଧିକାରୀ, ପ୍ରଶିକ୍ଷକ ଏବଂ ପ୍ରଶିକ୍ଷାର୍ଥୀମାନଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସଂଗେସଂଗେ ସାମ୍ପ୍ରତିକ ପରିସ୍ଥିତିରେ ଜାତୀୟ ଶିକ୍ଷାନୀତିର ଆବଶ୍ୟକତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ବିଦ୍ୟାଭାରତୀ ପୂର୍ବ କ୍ଷେତ୍ରର କ୍ଷେତ୍ରୀୟ ଅଧ୍ୟକ୍ଷ ଡ. ଲକ୍ଷ୍ମୀକାନ୍ତ ମହାରଣା ମୁଖ୍ୟଅତିଥି ଭାବେ ଯୋଗଦେଇ ଭାରତ କେନ୍ଦ୍ରିତ ଶିକ୍ଷା ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଅନ୍ୟତମ ବିଶିଷ୍ଟ ଅତିଥି ଶିକ୍ଷା ବିକାଶ ସମିତି, ଓଡ଼ିଶା ପୂର୍ବୋତର ସମ୍ଭାଗର ସମ୍ପାଦକ ମୁକ୍ତେଶ୍ୱର ସେଠୀ, ଭାରତ ସରକାରଙ୍କ ଦ୍ୱାରା ପ୍ରଚଳିତ ହେବାକୁ ଯାଉଥିବା ରାଷ୍ଟ୍ରୀୟ ଶିକ୍ଷାନୀତି ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜାତୀୟତା ଭାବ ବୃଦ୍ଧି ଏବଂ ସ୍ୱାବଲମ୍ବୀ ଭାରତ ନିର୍ମାଣରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶିକ୍ଷିତ କରିବା ପାଇଁ ଆଚାର୍ଯ୍ୟ/ଆଚାର୍ଯ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଉକ୍ତ ସଭାରେ ପୂର୍ବୋତର ସମ୍ଭାଗର ସଂଯୋଜକ ବିଭୁତି ଭୂଷଣ ପାଇକରାୟ ଉପସ୍ଥିତ ରହି ଏହି ପ୍ରଶିକ୍ଷଣ କାର୍ଯ୍ୟଶାଳାରେ ଭାଗନେଇ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଟାଉନ୍ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଅକ୍ଷୟ କୁମାର ପାତ୍ର, ପରିଚାଳନା ସମିତି ଉପସଭାପତି ଯୋଗେନ୍ ଚନ୍ଦ୍ର ରଣା, ସଦସ୍ୟା ସୌନ୍ଦର୍ଯ୍ୟ ଲକ୍ଷ୍ମୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ଜିଲ୍ଲାର ବିଭିନ୍ନ ଶିଶୁମନ୍ଦିରରୁ ୫୦ ଜଣ ପ୍ରଶିକ୍ଷାର୍ଥୀ ଏବଂ ୮ ଜଣ ପ୍ରଶିକ୍ଷକ ଭାଗ ନେଇଥିଲେ । ମାଣିଖମ୍ବ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ପୁରୁଜିତ୍ ମୁନି ସମସ୍ତ ଅତିଥ୍ôଙ୍କର ପରିଚୟ ପ୍ରଦାନ କରିଥିଲେ ।
