ଇଣ୍ଡିଆନ୍ ସୁପର ଲିଗ୍ ପୁରସ୍କାର ଅର୍ଥ : ୨୦୨୧-୨୨ ସିଜନର ଲିଗ ପର୍ଯ୍ୟାୟ ବିଜେତା ପାଇବେ ୩ କୋଟି ଟଙ୍କା
ନୂଆଦିଲ୍ଲୀ : ୨୦୧୯-୨୦ ସିଜିନ୍ରେ ଆଇଏସ୍ଏଲ୍ ଟୁର୍ଣ୍ଣାମେଂଟରେ ବିଜେତା ଫୁଟ୍ବଲ୍ ଟିମ୍ ୫୦ଲକ୍ଷ ଟଙ୍କା ପୁରସ୍କାର ପାଇଥିଲା ବେଳେ ଚଳିତ ସିଜିନ୍ରେ ବିଜେତା ଟିମ୍କୁ ୩କୋଟି ଟଙ୍କା ଦେବାପାଇଁ ନିଷ୍ପତ୍ତି ନିଆଯାଇଛି । ଇଣ୍ଡିଆନ୍ ସୁପରଲିଗ୍ ଆୟୋଜକ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଫୁଟ୍ବଲ୍ ସ୍ପୋର୍ଟସ ଡେଭେଲପ୍ମେଂଟ ସଂଗଠନ ପକ୍ଷରୁ ଲିଗ୍ ବିଜେତା ଏବଂ ରନର୍ସଅପ୍ ଟିମ୍ପାଇଁ ମୋଟ୍ ୩କୋଟି ୫୦ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିବାକୁ ଘୋଷଣା କରିଛି ।
ଆଇଏସ୍ଏଲ୍ ଚମ୍ପିଆନ୍ସ ଟିମ୍ ଏଣିକି ୬କୋଟି ଟଙ୍କା ଟୁର୍ଣ୍ଣାାମେଂଟ ପାଇଁ ଖର୍ଚ୍ଚ କରିବ । ରନର୍ସଅପ୍ ଟିମ୍କୁ ୩କୋଟି ଟଙ୍କା ଦିଆଯିବାକୁ ଥିବା ବେଳେ ପୂର୍ବରୁ ୪କୋଟି ଟଙ୍କା ଦେବାଲାଗି ନିଷ୍ପତ୍ତି ହୋଇଥିଲା । ଦୁଇଟି ସେମିଫାଇନାଲରେ ବିଜେତା ଟିମ୍ ଗୁଡିକୁ ୧.୫କୋଟି ଟଙ୍କା ପ୍ରଦାନ କରାଯିବ । ୨୦୨୧-୨୨ ଆଇଏସ୍ଏଲ୍ ଟୁର୍ଣ୍ଣାମେଣ୍ଟରେ ମୋଟ୍ ପୁରସ୍କାର ରାଶି ୧୫.୫କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । ବିଜେତା ଟିମ୍କୁ ଏସିଆର ସର୍ବଶ୍ରେଷ୍ଠ ଟିମ୍ଭାବେ ଘୋଷଣା କରାଯିବ ବୋଲି ଏଏଫ୍ସି ଚମ୍ପିଆନ୍ ଲିଗ୍ ପକ୍ଷରୁ ଦର୍ଶାଯାଇଛି । ତେବେ ଏଥିପାଇଁ ଭାରତୀୟ ଟିମ୍କୁ ଏସିଆର ଅନ୍ୟାନ୍ୟ ଟିମ୍ ସହ ଖେଳିବାକୁ ସର୍ତ ରଖାଯାଇଛି । ୨୦୧୯-୨୦ ସିଜିନ୍ରେ ଏଫ୍ସି ଗୋଆ ବିଜେତା ହୋଇଥିଲା ବେଳେ ମୁମ୍ବାଇ ସିଟି ଫୁଟ୍ବଲ କ୍ଲବ ଗତଥର ବିଜେତା ହୋଇଥିଲା । ଗତଥରର ବିଜେତା ଟିମ୍ ପୁଣିଥରେ ଚଳିତ ସିଜିନ୍ରେ ବିଜୟଲା କଲେ ୯କୋଟି ୫୦ଲକ୍ଷ ଟଙ୍କା ପୁରଷ୍କାର ରାଶି ପାଇବେ । ନଭେମ୍ବର ୧୯ରୁ ଆରମ୍ଭ ହେବାକୁ ଥିବା ଟୁର୍ଣ୍ଣାମେଂଟରେ ଗତଥରର ବିଜେତା ଏଟିକେ ମୋହନ ବାଗାନ୍ ଏବଂ କେରଳ ବ୍ଲାଷ୍ଟରସ୍ ଏଫ୍ସି ମଧ୍ୟରେ ମାରଗାଓଁର ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ହେବ ।
