ଆଜି ଠାରୁ କ୍ଳାସ୍ ରୁମରେ ବସି ପାଠ ପଢ଼ିବେ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀ
ଭୁବନେଶ୍ୱର : ଆଜି ଠାରୁ ପିଜି ପ୍ରଥମ ବର୍ଷ ପାଠପଢା ଆରମ୍ଭ ହେବ। ଏଣିକି କଲେଜ କ୍ଳାସ୍ ରୁମରେ ବସି ପାଠ ପଢ଼ିବେ ଛାତ୍ରଛାତ୍ରୀ । ଗତ ଦେଢବର୍ଷ ହେବ ସବୁ ପିଲା ଅନ୍ଲାଇନ୍ ମାଧ୍ୟମରେ କ୍ଳାସ କରୁଥିଲେ ମଧ୍ୟ ତାହା ବୁଝିବା ଏତେ ସହଜ ହେଉନଥିଲା । ଏବେ କଲେଜ ଖୋଲିଥିବାରୁ ଭଲ ପାଠ ପଢିବା ସହ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ ବୋଲି ଛାତ୍ରୀମାନେ କହିଛନ୍ତି ।
ସରକାରଙ୍କ ସମସ୍ତ ଗାଇଡ଼ଲାଇନ ଓ କରୋନା ନିୟମାବଳୀ ଆଧାରରେ ପାଠପଢା ହେବ। ଶ୍ରେଣୀଗୃହରେ ପାଠପଢ଼ା ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ନିୟମିତ ବ୍ୟବଧାନରେ ହାତ ସଫା କରିବା ସହ ଶ୍ରେଣୀ ଗୃହ, ପାଠାଗାର ତଥା ଲାବୋରଟୋରୀ ଗୁଡ଼ିକରେ ଛାତ୍ରଛାତ୍ରୀମାନେ ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବେ । କେହି କଲେଜ ବା ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ବାହାରେ ଏଣେତେଣେ ଛେପ ପକାଇ ପାରିବେ ନାହିଁ ।
