ଆଜିଠୁ ଖୋଲିବ ଷଷ୍ଠ-ସପ୍ତମ : ଦେଢ ବର୍ଷ ପରେ ଶ୍ରେଣୀଗୃହରେ ପାଠ ପଢିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି । ପର୍ଯ୍ୟାୟକ୍ରମେ ଶ୍ରେଣୀଗୃହ ପାଠପଢାକୁ ରାଜ୍ୟ ସରକାର ତଥା ଗଣଶିକ୍ଷା ବିଭାଗ ଗୁରୁତ୍ୱ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଠାରୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ । ଦୀର୍ଘ ଦେଢ ବର୍ଷ ପରେ ପିଲାମାନେ ସ୍କୁଲକୁ ଆସି ଶ୍ରେଣୀଗୃହରେ ପାଠ ପଢିବେ। କୋଭିଡ କଟକଣାକୁ ମାନି ପୂର୍ବ ଗାଇଡ଼ଲାଇନ ଅନୁସାରେ ଚାଲିବ ସ୍କୁଲ। ସକାଳ ୯ଟା୩୦ରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ ପାଠପଢା। ତେବେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଲାଗି ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ କ୍ଲାସ୍ ଜାରି ରହିବ। ଅନ୍ୟପଟେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଓ ହାତକୁ ସାନିଟାଇଜ କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଯେଉଁ ସ୍ଥାନରେ କରୋନା ସଂକ୍ରମଣ ଅଧିକ ରହିଥିବା ସେଠାରେ ବିଦ୍ୟାଳୟ ଖୋଲିବା ନିମନ୍ତେ ଚୂଡ଼ାନ୍ତ ନିଷ୍ପତ୍ତି ଜିଲ୍ଲାପାଳ ମାନେ ନେଇପାରିବେ।
ସୂଚନା ଯେ, ତେବେ ଅକ୍ଟୋବର ୨୫ ତାରିଖରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଠପଢା ଆରମ୍ଭ ହୋଇଥିବା ସମୟରେ ଅକ୍ଟୋବର ୨୧ରୁ ଏକାଦଶ ଶ୍ରେଣୀ ପାଠପଢା ଆରମ୍ଭ ହୋଇଛି। ତେବେ କରୋନାକୁ ଦୃଷ୍ଟିରେ ରଖି ବିଦ୍ୟାଳୟରେ ଜାରି ହୋଇଥିବା ଏସଓପି ଅନୁଯାୟୀ ହେବ ପାଠପଢ଼ା। ସେହିଭଳି ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ନିୟମ ଆଦିକୁ ବାଧ୍ୟତାମୂଳକ କରାଯିବ ।
