ଶିଶିର ମହାପାତ୍ର ଫାଉଣ୍ଡେସନ ପକ୍ଷରୁ ପିଲାମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ
ନୀଳଗିରି : ଶିଶୁ ଦିବସ ଉପଲକ୍ଷେ ଶିଶିର ମହାପାତ୍ର ଫାଉଣ୍ଡେସନ ପକ୍ଷରୁ ଛୋଟ ଛୋଟ ପିଲାମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା । ଔପଦା ବ୍ଲକ୍ କାଣ୍ଡଗରଡ଼ିହି ପଞ୍ଚାୟତ ଖୁଲିଆ ଗ୍ରାମରେ ଶିଶିର ମହାପାତ୍ର ଫାଉଣ୍ଡେସନର ମୁଖ୍ୟ ଅତିଥି ଭାବେ ସବ୍ୟସାଚୀ ମହାପାତ୍ର ଯୋଗଦାନ କରି ୨ଶହ ଜଣ ଛୋଟ ଛୋଟ ପିଲାମାନଙ୍କୁ ବହି, ଖାତା, ଡଟ୍ପେନ୍, ପେନସିଲ୍, ରବର ଇତ୍ୟାଦି ପ୍ରଦାନ କରିବା ସହିତ ଭଲ ପାଠ ପଢ଼ିବା ପାଇଁ ପିଲାମାନଙ୍କୁ ଉପଦେଶ ଦେଇଥିଲେ । ଲକ୍ଷ୍ମୀଧର ବାରିକ, ଅନିଲ୍ ଦାସ, ତପନ ନାୟକ, ମହେଶ୍ୱର ପ୍ରଧାନ, ଦିବାକର ନାୟକ, ବାବୁ ରାଉତ, ନାରାୟଣ ବେହେରା, ଶଶିକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶିଶିର ମହାପାତ୍ର ଫାଉଣ୍ଡେସନର ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସ କରିଥିବା ଜଣାପଡ଼ିଛି ।
