ଜିଲା କଂଗ୍ରେସ ତରଫରୁ ରାଜ୍ୟ ଓ କେନ୍ଦ୍ରର ଜନମାରଣା ନୀତି ବିରୁଦ୍ଧରେ ଜନଜାଗରଣ ପଦଯାତ୍ରା
ନୀଳଗିରି : ଆଗାମୀ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ତତ୍ପର ହୋଇ ଉଠୁଛନ୍ତି ରାଜନୈତିକ ଦଳ । ରବିବାର ହେଉଛି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିବସ । ଏହି ଅବସରରେ କେନ୍ଦ୍ରର ଭାଜପା ଏବଂ ରାଜ୍ୟ ସରକାରଙ୍କ ଜନ ମାରଣ ନୀତି ଓ ଦରଦାମ ବୃଦ୍ଧି ବିରୋଧରେ ଅଖିଳ ଭାରତୀୟ କଂଗ୍ରେସର ଆହ୍ୱାନ ଓ ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ତୃଣମୂଳ ସ୍ତରରେ ଲୋକଙ୍କ ମଧ୍ୟରେ ଜନଜାଗରଣ ଅଭିଯାନ ପାଇଁ ରବିବାର ବାଲେଶ୍ୱର ଜିଲା କଂଗ୍ରେସ ତରଫରୁ ଏକ ସଭା ଓ ଜନଜାଗରଣ ପଦଯାତ୍ରା ନୀଳଗିରି ବ୍ଲକ ଅନ୍ତର୍ଗତ ଅଯୋଧ୍ୟା ହାଇସ୍କୁଲ ନିକଟସ୍ଥ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି ।
ସଭାରେ ନେହେରୁଙ୍କ ଫଟୋଚିତ୍ରରେ ଦୀପ, ଧୂପ ପ୍ରଜ୍ଜଳନ କରି ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ପରେ ପରେ ଆଧୁନିକ ଭାରତ ର ପ୍ରଥମ ନିର୍ମାତି ଜବାହର ଲାଲ୍ ନେହେରୁ ଜୀବନୀ ସର୍ମ୍ପକରେ ଲୋକଙ୍କୁ ବଝାଇ ଥିଲେ । ଏହି ଅବସରରେ ୭ଶହରୁ ଉର୍ଦ୍ଧ୍ୱ କଂଗ୍ରେସ କର୍ମୀଙ୍କୁ ନେଇ ଏକ ପଦଯାତ୍ରା ଗାଁ ପରିକ୍ରମା କରି ଲୋକଙ୍କୁ ସଚେତନ କରେଇଥିଲେ । ଏହି ପଦଯାତ୍ରାରେ ଜିଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି, ରାଜ୍ୟ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ, ସଭାନେତ୍ରୀ ମମତା କୁଣ୍ଡୁ, ପୂର୍ବତନ ବିଧାୟକ ଚିତ୍ତ ରଞ୍ଜନ ଷଡ଼ଙ୍ଗୀ, ଅକ୍ଷୟ ଆଚାର୍ଯ୍ୟ, ସଭାନେତ୍ରୀ ମନୋଜା ମଞ୍ଜରୀ ଦେବୀ, ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞା ପାରମିତା ମହାନ୍ତି, ବ୍ଲକ ସଭାପତି ମନୋରଞ୍ଜନ ପଣ୍ଡା, ଏନଏସି ସଭାପତି ଉପେନ୍ଦ୍ର ବେହେରା, ଯୁବ ନେତା ବ୍ରଜ କିଶୋର ରାଜ, ଯଶୋଦା ନନ୍ଦନ ସିଂ ପ୍ରମୁଖ ନେତା ଯୋଗ ଦେଇଥିଲେ । ଯୋଗ ଦେଇଥିବା ନେତୃବୃନ୍ଦମାନେ ଦିନକୁ ଦିନ ବଢୁଥିବା ଦରଦାମରେ ଲୋକେ ଅତିଷ୍ଠ ହୋଇ ଯାଉଛନ୍ତି ଏବଂ ଗରିବ ଖଟିଖିଆ ଶ୍ରେଣୀର ଲୋକମାନେ ନିଜର ପେଟ ପୋଷିବାରେ ଅସମର୍ଥ ହେଉଛନ୍ତି । ଜିଲା କଂଗ୍ରେସ ତରଫରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ୧୪ ନଭେମ୍ବରରୁ ଆରମ୍ଭ ହୋଇ ଆସନ୍ତା ୨୯ ନଭେମ୍ବର ଚାଲୁ ରହିବ ବୋଲି ଜିଲା କଂଗ୍ରେସ ସଭାପତି ଶ୍ରୀ ଗିରି ସୂଚନା ଦେଇଥିଲେ ।
