ପରଲୋକରେ ବିଏସପି ସୁପ୍ରିମୋ ମାୟାବତୀଙ୍କ ମା’
Lucknow : BSP supremo and former Uttar Pradesh Chief Minister Mayawati addressing a press conference at party office in Lucknow on Wednesday. PTI Photo (PTI11_5_2014_000099A)
ଲକ୍ଷ୍ନୌ : ବିଏସପି ସୁପ୍ରିମୋ ମାୟାବତୀଙ୍କ ମା’ ରାମରତି ୯୨ ବର୍ଷ ବୟସରେ ଦେହାନ୍ତ ହୋଇଛି । ଖବର ଶୁଣିବା ପରେ ମାୟାବତୀ ସଂଗେ ସଂଗେ ଦିଲ୍ଲୀ ଯାଇଛନ୍ତି । ସେ ସେଠାରେ ତାଙ୍କ ମା’ଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ । ଏହି ଦୁଃଖଦ ଖବର ବିଷୟରେ ବିଏସପି ନେତା ସତୀଶ ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ ମାୟାବତୀଙ୍କ ମାଆ ହୃଦଘାତରେ ପୀଡିତ ଥିଲେ । ଏହି କାରଣରୁ ସେ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ୯୨ ବର୍ଷ ବୟସରେ ସେ ଇହଲିଳା ସମ୍ୱରଣ କରିଛନ୍ତି । ବର୍ତ୍ତମାନ ପାଇଁ ବିଏସପି ସୁପ୍ରିମୋ ଦିଲ୍ଲୀ ଯାଇଛନ୍ତି । କୁହାଯାଉଛି ଯେ ପରିବାରର ସମାବେଶ ପରେ ଆସନ୍ତାକାଲି ଦିଲ୍ଲୀରେ ମାୟାବତୀଙ୍କ ମା’ଙ୍କ ଶେଷ ରୀତିନୀତି କରାଯିବ । ଅନେକ ନେତା ମାୟାବତୀଙ୍କ ମା’ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ସିଏମ ଯୋଗୀ ଟୁଇଟ୍ ମାୟାବତୀଙ୍କ ମାତୃ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଏସପିର ରାଷ୍ଟ୍ରୀୟ ସଭାପତି ମାୟାବତୀଙ୍କ ମାଆଙ୍କ ନିଧନରେ ଣୁଁ ଅତ୍ୟନ୍ତ ଦୁଃଖିତ । କୁହାଯାଉଛି ଯେ ପରିବାରର ସମାବେଶ ପରେ ଆସନ୍ତାକାଲି ଦିଲ୍ଲୀରେ ମାୟାବତୀଙ୍କ ମା’ଙ୍କ ଶେଷ ରୀତିନୀତି କରାଯିବ । ଏସପି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।
