କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ
କରଞ୍ଜିଆ : ମୟୁରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଉପଦ୍ରବ । ଦୁଧିଆଣି ରେଞ୍ଜ ବିଉଁରିଆ ଠାରେ ଗତକାଲି ବିଳମ୍ବିତ ରାତିରେ ୨୫ ଟିକିଆ ଝାଡଖଣ୍ଡି ହାତୀପଲ ଏକର ଏକର ଧାନ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି । ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବା ଉଦ୍ୟମ ଜାରି ରହିଥିଲେ ମଧ୍ୟ ହାତୀପଲ ଅଞ୍ଚଳ ଛାଡି ଯିବାର ନାମ ଧରୁନାହାନ୍ତି । ଏଥିପାଇଁ ବନବିଭାଗକୁ ନାକେଦମ ହେବାକୁ ପଡୁଛି ।
