ଇଟା ଗଦାକୁ ଧକ୍କା ଦେଲା ମାଲବାହୀ ଗାଡ଼ି, ୨ ମୃତ
ପଦ୍ମପୁର : ବରଗଡ଼ ପଦ୍ମପୁର ଦୁବଲାବାହାଲ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗାଡ଼ଟି କାଠପଟା ନେଇ ସୋହଲାରୁ ପଦ୍ମପୁର ଯାଉଥିବା ବେଳେ ଭାରସାମ୍ୟ ହରାଇବା ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ମାଲବାହୀ ଗାଡ଼ିର ଡ୍ରାଇଭର ଓ ହେଲପରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ସୂଚନା ଯେ, ବରଗଡ଼ ପଦ୍ମପୁର ସୋହେଲା ରାସ୍ତା ଦୁବଲାବାହାଲ ଛକରେ ଭାରସାମ୍ୟ ହରାଇ ଏକ ମାଲବାହୀ ଗାଡି ରାସ୍ତା କଡରେ ଥିବା ଇଟା ଗଦାକୁ ଜୋରଦାର ଧକ୍କା ଦେଇଥିଲା । ଯାହାଫଳରେ ଗାଡି ଥିବା ୨ଜଣଙ୍କର ହିଁ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ତେବେ ମିଳିଥିବା ଖବର ଅନୁଯାୟୀ, ଗାଡିରେ ପ୍ରଚୁର ପରିମାଣର କଟା ଗଛ ଲଦାଯାଇଥିଲା । ଗଛ କଟା ହୋଇ ଚୋର ଚାଲଣା ହେଉଥିବା ଅନୁମାନ କରଯାଇଛି । ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସେପଟେ ପୋଲିସ ଓ ଅଗ୍ନିଶମ ବାହିନୀ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛନ୍ତି । ଏହାସହ ୨ଶବକୁ ଶବ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ପଦ୍ମପୁର ମେଡିକାଲକୁ ପଠାଯାଇଛି ।
