ଦିଅର ମାଡରେ ଭାଉଜ ମୃତ, ଥାନାରେ ଅଟକ
ବାରିପଦା : ବାରିପଦା ଟାଉନ ଥାନା ତୁଳସୀଚୌରା ଅଞ୍ଚଳରେ ଅଘଟଣ । ନିଶାଶକ୍ତ ଦିଅର ମାଡରେ ଭାଉଜ ମୃତ। ମୃତା ଭାଉଜ ହେଲେ ଗୀତା ସିଂ। ଖବର ପାଇ ଘଟଣା ସ୍ଥଳରେ ବାରିପଦା ଟାଉନ ଥାନା ପୋଲିସ ପହଞ୍ଚି ଦିଅର ରବୀନ୍ଦ୍ର ସିଂକୁ ଥାନାକୁ ଆଣି ଅଟକ ରଖିଛି।
ସୂଚନା ଯେ, ରବୀନ୍ଦ୍ର ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ଅସଂଯତ ପରିସ୍ଥିତିରେ ଭାଉଜକୁ ଘରେ ପାଇଥିଲା। ନିଶାଗ୍ରସ୍ତ ରବୀନ୍ଦ୍ର ଉକ୍ତ କଥାକୁ ନେଇ ଭାଉଜକୁ ପିଟିପିଟି ମାରି ଦେଇଥିବା ଜଣାପଡିଛି। ଅଧିକ ତଦନ୍ତ ପରେ ସମ୍ପୂର୍ଣ୍ଣ ଘଟଣା ଜଣାପଡିବ ବୋଲି ବାରିପଦା ଥାନା ଅଧିକାରୀ କହିଛନ୍ତି। ତେବେ ପରିବାର ପକ୍ଷରୁ ଏଯାଏଁ କୌଣସି ମାମଲା ଦାୟର କରାଯାଇ ନାହିଁ।
