ବିଶ୍ୱ ମଧୁମେହ ଦିବସ; ସତର୍କ ନରହିଲେ ସ୍ଥିତି ହେବ ଭୟଙ୍କର! ରୋଗୀଙ୍କ ପାଇଁ ଏହି ସବୁ ଜିନିଷ ହୋଇପାରେ ବିଷ ସମାନ
ଆଜି ବିଶ୍ୱ ମଧୁମେହ ଦିବସ। ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ଏହି ଦିବସକୁ ପାଳନ କରାଯାଏ। ବିଶ୍ୱରେ ମଧୁମେହ ରୋଗ ଏକ ମହାମାରୀର ରୂପ ନେବାକୁ ବସିଲାଣି। ଏହାକୁ ସ୍ଲୋ ପୋଇଜନ୍ ବୋଲି ମଧ୍ୟ କୁହାଯାଏ। ମଧୁମେହକୁ ପ୍ରତିହତ କରିବା ପାଇଁ ଚଳିତ ବର୍ଷର ଆହ୍ୱାନ ରହିଛି, “ସେବା ପ୍ରଦାନକାରୀ ହିଁ ପରିବର୍ତ୍ତନର ଆଧାର।”
ରକ୍ତରେ ଶର୍କରାର ପରିମାଣ ବୃଦ୍ଧି ହେଲେ ତାହାକୁ ମଧୁମେହ ବା ଡାଇବେଟିସ୍ କୁହାଯାଏ। ୨୦୧୯ ସୁଦ୍ଧା ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ୭୭ ମିଲିୟନ ଥିଲା। ୨୦୪୫ ବେଳକୁ ଏହା ୧୩୪ ମିଲିୟନକୁ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି। ଭାରତକୁ ଡାଇବେଟିସର କ୍ୟାପିଟାଲ କୁହାଯାଏ। ବିଶ୍ୱର ମୋଟ ମଧୁମେହ ରୋଗୀଙ୍କ ମଧ୍ୟରେ ଭାରତରେ ଅଧାରକୁ ଅଧିକ ଅଛନ୍ତି।
ଆମ ରାଜ୍ୟ ଓଡିଶାରେ ବି ଦିନକୁ ଦିନ ମଧୁମେହ ରୋଗିଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ଜାତି, ବର୍ଣ୍ଣ, ଧର୍ମ, ଲିଙ୍ଗ, ବୟସ ନିର୍ବିଶେଷରେ ଏହି ରୋଗ ସମସ୍ତଙ୍କୁ ଆକ୍ରମଣ କରିଥାଏ। ଏଥିପାଇଁ ବିଶେଷ କାରଣ ହେଲା, ଖାଦ୍ୟପେୟ, ଜୀବନଶୈଳୀ, ଭୌଗଳିକ ଅବସ୍ଥିତି ଓ ପରମ୍ପରାଗତ। ଏସବୁକୁ ଦୃଷ୍ଟିରେ ରଖିଲେ ଭାରତ ମଧୁମେହ ପାଇଁ ପ୍ରତିକୂଳ ମନେ ହୁଏ।
୨୦୧୯ର ଡାଟା ଅନୁସାରେ ୯୫ ପ୍ରତିଶତ ଡାଇବେଟିସ୍ ରୋଗୀ ଷ୍ଟେଜ ୨ରେ ଅଛନ୍ତି। ଯେତିକି ଲୋକ ମଧୂମେହରେ ପୀଡିତ, ସେମାନଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରିତିଶତଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ। ବିଶେଷ କରି ଯୁବଗୋଷ୍ଠୀ ଓ ମହିଳାମାନେ ଏହି ମଧୁମେହରେ ଅଧିକ ମାତ୍ରାରେ ଆକ୍ରାନ୍ତ ହୁଅନ୍ତି। ଯେପରି ସମସ୍ତ ବ୍ୟକ୍ତି ଏହାକୁ ପତିରୋଧ କରିବା ପାଇଁ ଆବଶ୍ୟକୀୟ ସେବା ଓ ସୁବିଧା ପାଇବେ ସେଥି ପ୍ରତି ସରକାର ଗୁରୁତ୍ୱ ଦେଉଛନ୍ତି।
ମହାମାରୀ କୋରୋନାରେ ମୃତକଙ୍କ ମଧ୍ୟରେ ମଧୂମେହରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ। ଏମାନଙ୍କୁ କୌଣସି ରୋଗ ହେଲେ କିମ୍ୱା ଶରୀରରେ କ୍ଷତ ହେଲେ ଶୀଘ୍ର ଭଲ ହୁଏ ନାହିଁ। ଯାହା ଭବିଷ୍ୟତରେ ଜୀବନ ପ୍ରତି ବିପଦ ସୃଷ୍ଟି କରେ। ସେଥିପାଇଁ ଏଭଳି ରୋଗୀଙ୍କ ପ୍ରିତି ବିଶେଷ ଧ୍ୟାନ ଦେବା ଜରୁରୀ।
ତେବେ ଆସନ୍ତୁ ଜାଣିବା କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ :-
ମଧୁମେହ ଠାରୁ ଦୂରେଇ ରହିବାକୁ ହେଲେ ନିୟମିତ ବ୍ୟାୟମ କରିବା ଜରୁରୀ।
ସନ୍ତୁଳିତ ଖାଦ୍ୟ ଖାଇବା ସହ ଅଧିକ ଶର୍କରା ଜାତୀୟ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ।
ଧୂମପାନ, ତମାଖୁ ଏବଂ ମାଦକଦ୍ରବ୍ୟ ସେବନଠୁ ବିରତ ରହିବା ଉଚିତ୍।
ମଧୁମେହରେ ଆକ୍ରାନ୍ତ ବ୍ୟକ୍ତି ଆଘାତ ନ ଲାଗିବା ନେଇ ଯତ୍ନବାନ ହୁଅନ୍ତୁ।
ମଧୁମେହ ରୋଗୀଙ୍କୁ ଚକ୍ଷୁ, କୀଡନୀ ଓ ଲିଭର ଜନିତ ରୋଗ, ହୃଦଘାତ. ଉଚ୍ଚରକ୍ତଚାପ ଭଳି ମାରାତ୍ମକ ରୋଗ ହେବାର ସମ୍ଭାବନା ଅଛି। ତେଣୁ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରିବା ଜରୁରୀ।
ଖାଦ୍ୟ ଖାଇବା ସମୟରେ ଠିକ୍ ଠିକଣା ରହୁ ନ ଥିବାରୁ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଯାଇଥାଏ । ଖାସ୍ କରି ମଧୁମେହ ରୋଗ ଏହି କାରଣରୁ ହୋଇଥାଏ । ଆଜିକାଲି ପ୍ରତି ୧୦ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ମଧ୍ୟରେ ମଧୁମେହ ଦେଖା ଦେଉଛି । ଏହି ସମସ୍ୟାର ସମାଧାନ ପାଇଁ ଲୋକମାନେ ଅନେକ ପ୍ରକାରର ଓଷଧ ଖାଇଥାନ୍ତି । କିନ୍ତୁ ଏହା ସହ ପ୍ରତିଦିନ ଖାଉଥିବା ଖାଦ୍ୟ ଉପରେ ମଧ୍ୟ ନିୟନ୍ତ୍ରଣ ରଖିବା ନିହାତି ଆବଶ୍ୟକ । କିଛି ଲୋକ ପ୍ରତିଦିନର ଖାଦ୍ୟରେ ଶରୀର ପ୍ରତି ସ୍ୱାସ୍ଥ୍ୟକର ଭାବି ଅନେକ ଜିନିଷ ଖାଇଥାନ୍ତି, ଯାହା ଶରୀରକୁ ସୁସ୍ଥ କରିବା ଅପେକ୍ଷା ଅସୁସ୍ଥ କରିଥାଏ । ଆଜି ଆମେ କିଛି ଏମିତି ଜିନିଷ ବିଷୟରେ ଜଣାଇବୁ ଯେଉଁ ଜିନିଷଗୁଡ଼ିକ ମଧୁମେହ ରୋଗୀଙ୍କ ପାଇଁ କ୍ଷତିକାରକ ହୋଇଥାଏ ।
୧.ମଧୁମେହ ରୋଗୀମାନଙ୍କୁ ମାଟି ତଳେ ଚାଷ କରାଯାଉଥିବା ପରିବା ଆଦୌ ଖାଇବା ଉଚିତ୍ ନୁହେଁ । ଯଦି ଆପଣ କେବେ ଏହାକୁ ଖାଉଛନ୍ତି ତେବେ ଖୁବ୍ କମ ମାତ୍ରାରେ ଖାଆନ୍ତୁ ।
୨.ବାହାରେ ମିଳୁଥିବା ଖାଦ୍ୟରୁ ମଧୁମେହ ରୋଗୀମାନଙ୍କୁ ଦୂରେଇ ରହିବା ଦରକାର । ଖାସ୍ କରି ବାହାରେ ମିଳୁଥିବା ଜଙ୍କଫୁଡ଼୍ ଠାରୁ ଦୂରେଇ ରହିବା ନିତାନ୍ତ ଆବଶ୍ୟକ । ଆଇସିକ୍ରିମ୍, ପେଷ୍ଟ୍ରି, କେକ୍ ଇତ୍ୟାଦି ଜିନିଷ ମଧୁମେହ ରୋଗୀଙ୍କ ପାଇଁ ବିଷ ସମାନ ।
୩. ସାଧାରଣତଃ ଡ଼୍ରାଏଫୁଡ଼୍ ଶରୀର ପାଇଁ ଭଲ ବୋଲି କୁହାଯାଇଥାଏ । କିନ୍ତୁ ମଧୁମେହ ରୋଗୀଙ୍କ ପାଇଁ ଏହା ବିଷ ସମାନ । ଯଦି କେତେବେଳେ ଡ଼୍ରାଏଫୁଡ଼୍ ଖାଇବାକୁ ମନ ହୁଏ ତେବେ ମଧୁମେହ ରୋଗୀଙ୍କୁ ପାଣିରେ ମିଶାଇ ଖାଇବା ନିହାତି ଦରକାର ।
୪.ମଧୁମେହ ରୋଗୀଙ୍କୁ କଦଳୀ,ଆମ୍ବ,ଲିଚୁ ଇତ୍ୟାଦି ଫଳଠାରୁ ନିଜକୁ ଦୂରେଇ ରଖିବା ଦରକାର । ଏଥିରେ ସର୍କରାର ପରିମାଣ ଅଧିକ ଥିବାରୁ ଏହାକୁ ଖାଇବା ମଧୁମେହ ରୋଗୀଙ୍କ ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ
