ଏହି ୫ଟି ଗୁଣ ଥିବା ଯୁବକଙ୍କ ପ୍ରତି ବେଶି ଆକର୍ଷିତ ହୁଅନ୍ତି ଯୁବତୀ, ଜାଣନ୍ତୁ ସେସବୁ କଣ?
ଅନେକ ପୁଅ ନିଜ ଜୀବନରେ ବହୁ ସଂଘର୍ଷ କରନ୍ତି ଏଥିପାଇଁ ସେମାନେ ଚାହାଁନ୍ତି ତାଙ୍କ ଜୀବନରେ ଏକ ସୁନ୍ଦରୀର ପ୍ରବେଶ ହେଉ ।କିନ୍ତୁ ବହୁ ଚେଷ୍ଟା ପରେ ବି ଅନେକଙ୍କର ଏହି ସ୍ୱପ୍ନ ସାକାର ହୁଏ ନାହିଁ । ଚେହେରା ଏବଂ ଅନ୍ୟ ସବୁ କିଛି ଭଲ ଥିଲେ ମଧ୍ୟ ସେମାନଙ୍କ ପ୍ରେମର ଗାଡ଼ି ଆଗକୁ ବଢିପାରେ ନାହିଁ ।
ରିଲେସନ ବିଶେଷଜ୍ଞଙ୍କ କହିବାନୁଯାୟୀ ପୁଅ ମାନେ ଝିଅ ମାନଙ୍କୁ ଇମ୍ପ୍ରେସ ବା ଆକର୍ଷିତ କରିବା ପାଇଁ ଜିମ ଯାଇ ବଡ଼ି ବନାଇବା ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ଏଥିରେ ଝିଅ ମାନେ ଇମ୍ପ୍ରେସ୍ ତ ହେବେ ହେଲେ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ରୁହେ ନାହିଁ । ତେବେ କଣ କଲେ ଯୁବତୀ ମାନେ ବେଶି ଆକର୍ଷିତ ହେବେ ଚାଲନ୍ତୁ ସେ ବିଷୟରେ ଜାଣିବା।
ରିଲେସନସିପ୍ ଟିପ୍ସ ଏକ୍ସପର୍ଟଙ୍କ ଅନୁଯାୟୀ, ଯେକୌଣସି ଝିଅ ପ୍ରଥମ ଦେଖାରେ ଧ୍ୟାନ ଦିଅନ୍ତି ତାହା ହେଉଛି ପୁଅର ଡ୍ରେସିଂ ସେନ୍ସ ବା ପିନ୍ଧିବାର ଶୈଳୀ । ପୋଷାକର ଅର୍ଥ ନୁହେଁ ମହଙ୍ଗା କିମ୍ବା ବ୍ରାଣ୍ଡେଡ୍ ପୋଷାକ ପିନ୍ଧିବା ଏହାର ଅର୍ଥ ହେଉଛି ପରିଷ୍କାର ଏବଂ ଫିଟ୍ ପୋଷାକ । ଏଥିରେ ଆପଣଙ୍କର ଫୁଟ ୱେୟାର ମଧ୍ୟ ଅନ୍ତର୍ଭୁକ୍ତ । ସଠିକ୍ ପରିଧାନ ହୋଇଥିବା ପୋଷାକ କାହାର ବ୍ୟକ୍ତିତ୍ୱକୁ ପରିଚୟ ଦେଇଥାଏ । ତେଣୁ, ଯେତେବେଳେ ଆପଣ ପ୍ରଥମ ଥର ପାଇଁ କାହାକୁ ଭେଟିବାକୁ ଯାଅ, ତେବେ ପୋଷାକ ପ୍ରତି ବିଶେଷ ଧ୍ୟାନ ଦିଆଯିବା ଦରକାର।
ପ୍ରତ୍ୟେକ ଝିଅଙ୍କୁ ଏମିତି ପୁଅ ପସନ୍ଦ ଯେଉଁମାନେ ସର୍ବଦା ସଫା ସୁତୁରା ଏବଂ ପରିଷ୍କାର ଭାବେ ରୁହନ୍ତି । ତେଣୁ ଯେତେବେଳେ ବି ଆପଣ କେଉଁ ଝିଅକୁ ଭେଟିବାକୁ ଯାଉଛନ୍ତି ତେବେ ଧ୍ୟାନ ଦିଆଯିବା ଜରୁରୀ ଯେ, ଭଲସେ ସ୍ନାନ କରିବା ସହ ଭଲ ଭାବେ ଫିଟ୍ ହୋଇ ରହିବା । ଆପଣଙ୍କ ପାଟିରୁ କୌଣସି ଦୁର୍ଗନ୍ଧ ଆସିବା ଉଚିତ୍ ନୁହେଁ । ଯଦି ଆପଣଙ୍କର ଦାନ୍ତ କିମ୍ବା ଖରାପ ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଅଛି, ତେବେ ଆପଣ ପରିଦର୍ଶନ କରିବା ପୂର୍ବରୁ ବ୍ରଶ୍ କିମ୍ବା ମାଉଥ୍ ଫ୍ରେସନର ବ୍ୟବହାର କରିପାରିବେ ।
ପ୍ରତ୍ୟେକ ଝିଅ ଚାହାଁନ୍ତି ଯେ ତାଙ୍କ ସାଥୀ ଏପରି ହେବା ଉଚିତ୍, ଯିଏ ତାଙ୍କର ସବୁ କଥା ଧ୍ୟାନର ସହ ଶୁଣୁଥିବା ଏବଂ ଏହାକୁ ପୂରଣ କରିବାକୁ ଚେଷ୍ଟା କରୁଥିବେ । ତେଣୁ ଯେତେବେଳେ ବି ଆପଣ କେଉଁ ଝିଅକୁ ଭେଟିବାକୁ ଯାଉଛନ୍ତି ଚେଷ୍ଚା କରନ୍ତୁ କି ଆପଣ କମ୍ କଥା ହୁଅନ୍ତୁ ଏବଂ ତାଙ୍କ କଥା ଅଧିକ ଶୁଣିବାକୁ ଚେଷ୍ଟା କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କୁ ଅତ୍ୟନ୍ତ ଗମ୍ଭୀର ଏବଂ ପରିପକ୍ୱ ହେବାର ଇମ୍ପ୍ରେସନକୁ ସୃଷ୍ଟି କରିଥାଏ । ଯାହା ଝିଅ ମାନଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଥାଏ।
ଯଦି କାହା ସହ ଆପଣ ଡେଟରେ ଯାଉଛନ୍ତି ତେବେ, ପରଫ୍ୟୁମ ଏବଂ ମଶ୍ଚୁରାଇଜର ବ୍ୟବହାର କରିବାକୁ ଜମା ବି ଭୁଲନ୍ତୁନି । ଯାହା ଦ୍ୱାରା ଆପଣଙ୍କ ପାର୍ଟନର ଆହୁରି ଆପଣଙ୍କ ନିକଟତର ହୋଇପାରିବେ। ଏବଂ ଏହା ମଧ୍ୟ କୁହାଯାଏ ପରଫ୍ୟୁମ ଦ୍ୱାରା ଇମୋସନ ଏବଂ ମୂହୁର୍ତ୍ତ ସବୁ ଯୋଡି଼ ହୋଇରୁହେ ଯାହାଦ୍ୱାରା ଆପଣଙ୍କ ପାର୍ଟନର ଆପଣଙ୍କ ଦେଖା ସାକ୍ଷାତକୁ ଅତି ସହଜରେ ଭୁଲିପାରନ୍ତି ନାହିଁ ।
