୨୭ରେ ଭୁବନେଶ୍ୱରେ ବଂଟାଯିବ ସ୍ମାର୍ଟ ହେଲଥ୍ କାର୍ଡ
ଭୁବନେଶ୍ୱର : ଆସନ୍ତା ୨୭ତାରିଖରେ ଭୁବନେଶ୍ୱରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ସ୍ମାର୍ଟ ହେଲ୍ଥ କାର୍ଡ ବଂଟାଯିବ । ଭୁବନେଶ୍ୱରରେ ପ୍ରାୟ ୧ଲକ୍ଷ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ଓକାକ ସହଯୋଗରେ ୯୯ଟି ରିଟେଲର ସେଂଟର ଜରିଆରେ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ସବୁ ରେସନ କାର୍ଡ ଧାରୀ ଏହି ସ୍ମାର୍ଟ ହେଲ୍ଥ୍ କାର୍ଡ ପାଇବେ । ଖୋର୍ଦ୍ଧା ଜିଲ୍ଲାର ୪୮ଟି ଘରୋଇ ହସ୍ପିଟାଲ ଏହି ଯୋଜନାରେ ସାମିଲ ହେବେ । ବର୍ତମାନ ସୁଦ୍ଧା ୩୬ଟି ଘରୋଇ ହସ୍ପିଟାଲ ସହ ଏମଓୟୁ ସ୍ୱାକ୍ଷର ହୋଇସାରିଛି । ଏହି ଯୋଜନାରେ ମହିଳାଙ୍କ ପାଇଁ ୧୦ଲକ୍ଷ ଓ ପୁରୁଷଙ୍କ ପାଇଁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ସେବା ପାଇପାରିବେ । ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ଏହି ସୂଚନା ଦେଇଛନ୍ତି ।
