ଫ୍ରାଜାଇଲ ଏକ୍ସ ସିଣ୍ଡ୍ରୋମରେ ଶିକାର ହେଲେଣି ୪ ଲକ୍ଷ ! ପିଲାଙ୍କ ଠାରେ ଦେଖାଦେଇଥାଏ ବିଭିନ୍ନ ସମସ୍ୟା, ଆସନ୍ତୁ ଜାଣିବା ଏହା କ’ଣ ଓ ଏହାର ଲକ୍ଷଣ
ଫ୍ରାଜାଇଲ ଏକ୍ସ ସିଣ୍ଡ୍ରୋମ ଏକ ଜେନେଟିକ ବିକାର, ଯାହା ପିଲାଙ୍କଠାରେ ଅଟିଜମ ଓ ବୌଦ୍ଧିକ ଆବଶ୍ୟକତାର ଅଭାବ ସ୍ଷ୍ଟି କରିଥାଏ ଅର୍ଥାତ ସାମାନ୍ୟ ମାନସିକ ରୋଗର କାରଣ ପାଲଟିଥାଏ। ଜିନରେ ପରିବର୍ତ୍ତନ କାରଣରୁ ଏହି ମାନସିକ ରୋଗ ପିଲାଙ୍କ ଠାରେ ଦେଖାଦିଏ। ବିଶେଷଜ୍ଞଙ୍କ ଅନୁସାରେ ଏହି ମାନସିକ ବିକାର ସମ୍ପର୍କରେ ବହୁତ କମ ସଚେତନତା ରହିଛି। କୋଭିଡ ମହାମାରୀ ସମୟରେ ଭାରତରେ ଲୋକେ ଅନେକ ନୂଆ ରୋଗ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସମ୍ପର୍କରେ ଜାଣୁଛନ୍ତି। ଏପରି ଏକ ଦୁର୍ଲଭ ବିକାର ହେଉଛି ଫ୍ରାଜାଇଲ ଏକ୍ସ ସିଣ୍ଡ୍ରୋମ। ବିଶେଷକରି ଏହି ରୋଗ ପିଲାଙ୍କୁ ନିଜ ଶିକାର କରିଥାଏ।
ଫ୍ରାଜାଇଲ ଏକ୍ସ ସିଣ୍ଡ୍ରୋମ ବା ଏଫଏକ୍ସଏସ ସମ୍ପର୍କରେ ଲୋକେ ପ୍ରଥମ ଥର ଶୁଣୁଛନ୍ତି। ଏହା ଏହା ଏକ ଦୁର୍ଲଭ ବଂଶାନୁଗତ ସ୍ଥିତି, ଯାହା ପିଲାଙ୍କୁ ଶିଖିବା ଓ ବ୍ୟବହାରକୁ ପ୍ରଭାବିତ କରିଥାଏ। ଏହାଦ୍ବାରା ପିଲାଙ୍କଠାରେ ଅଟିଜମ, ଫିଡସ ମାରିବା, ଧ୍ୟାନ କେନ୍ଦ୍ରିତ ନ କରିପାରିବା ଭଳି ସମସ୍ୟା ଦେଖାଯାଇଥାଏ। କୋରୋନା ଭାଇରସର ଭୟାବହ କାରଣରୁ ଦେଶରେ ଅନେକଗୁଡ଼ିଏ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ଉପରେ ଧ୍ୟାନ ଦିଆଯାଇପାରୁ ନାହିଁ। ଫଳରେ ଭାରତରେ ପାଖାପାଖି ୪ ଲକ୍ଷ ପିଲା ଏବେ ଫ୍ରାଜାଇଲ ଏକ୍ସ ସିଣ୍ଡ୍ରୋମରେ ପ୍ରଭାବିତ। ମହାମାରୀ ବ୍ୟାପୁଥିବାରୁ ଏହି ରୋଗ ସମ୍ପର୍କରେ ବିଶେଷ ଚର୍ଚ୍ଚା ହେଉ ନାହିଁ।
କିଛି ଦିନ ତଳେ ଅଭିନେତା ବୋମନ ଇରାନୀ ଇନଷ୍ଟାଗ୍ରାମରେ ଏକ ସଚେତନତା ପୋଷ୍ଟ ଶେୟାର କରି ଫ୍ରାଜାଇଲ ଏକ୍ସ ସିଣ୍ଡ୍ରୋମ ସମ୍ପର୍କରେ ବିସ୍ତ୍ତ ଭାବେ ସୂଚନା ଦେଇଥିଲେ। ଅଭିଭାବକମାନଙ୍କୁ ଅଧିକ ଏହି ସିଣ୍ଡ୍ରୋମ ସମ୍ପର୍କରେ ସଚେତନତା ହେବା ଆବଶ୍ୟକ। ଏହି ପୋଷ୍ଟରେ ସେ କହିଥିଲେ ଯେ କେବଳ ଭାରତରେ ପାଖାପାଖି ୪ ଲକ୍ଷ ପିଲା ଏହି ସିଣ୍ଡ୍ରୋମରେ ପୀଡ଼ିତ ଅଛନ୍ତି। ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ବୋମନ ନିଜ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି।
ଫ୍ରାଜାଇଲ ଏକ୍ସ ସିଣ୍ଡ୍ରୋମ ପିଲାଙ୍କ ଠାରେ ଶିଖିବା, ବ୍ୟବହାର, ଉପସ୍ଥିତି ଓ ସ୍ବାସ୍ଥ୍ୟକୁ ପ୍ରଭାବିତ କରିଥାଏ। ଏହାର ଲକ୍ଷଣ ହାଲୁକାରୁ ଅଧିକ ଗମ୍ଭୀର ହୋଇପାରେ। ଝିଅମାନଙ୍କ ତୁଳନାରେ ପୁଅମାନେ ଏହି ଗମ୍ଭୀର ସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ। ଏହି ଜେନେଟିକ ସ୍ଥିତି ସହିତ ଜନ୍ମ ହେଉଥିବା ପିଲାଙ୍କ ଚିକିତ୍ସା ଫିଜିଓଥେରାପି, ସ୍ପିଚ ଥେରାପି, ଅକ୍ୟୁପେସନାଲ ଥେରାପି, ବିଶେଷ ଶିକ୍ଷା ଓ ଚିନ୍ତା ରୋଧୀ ଔଷଧ ବ୍ୟବହାର କରାଯାଇପାରେ। ଔଷଧ ଓ ଅନ୍ୟାନ୍ୟ ଚିକିତ୍ସା ସେମାନଙ୍କ ବ୍ୟବହାର ଓ ଶାରୀରିକ ଲକ୍ଷଣରେ ସୁଧାର ଆଣିପାରେ। ବର୍ତ୍ତମାନ ଏହି ରୋଗର ଚିକିତ୍ସା ପାଇଁ ଅନେକ ପ୍ରକାରର ଔଷଧର ପରୀକ୍ଷଣ ଜାରି ରହିଛି।
