ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଏହି ଖେଳାଳି ହେବେ ଅଧିନାୟକ
ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଜିଙ୍କ୍ୟ ରାହାଣେଙ୍କୁ ଅଧିନାୟକ କରାଯାଇଛି । ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି । ଏଥି ସହିତ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରାଙ୍କୁ ଉପ-ଅଧିନାୟକ କରାଯାଇଛି ।
କାନପୁରରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଟେଷ୍ଟରେ ରାହାଣେ ଦଳର ଅଧିନାୟକ ହେବେ । ମୁମ୍ବାଇରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ବିରାଟ କୋହଲି ଦଳର ନେତୃତ୍ୱ ଗ୍ରହଣ କରିବେ । ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଜସପ୍ରୀତ ବୁମ୍ରା, ମହମ୍ମଦ ଶାମି ଏବଂ ଋଷଭ ପନ୍ତଙ୍କୁ ବିଶ୍ରାମ ଦିଆଯାଇଛି । ଋଷଭ ପନ୍ତଙ୍କ ଅନୁପସ୍ଥିତିରେ ରିଦ୍ଧିମାନ ସାହା ୱିକେଟ୍ ରକ୍ଷକ ଦାୟିତ୍ବ ଗ୍ରହଣ କରୁଥିବାବେଳେ କେ.ଏସ୍ ଭରତ ଟେଷ୍ଟ ସିରିଜ୍ ପାଇଁ ଦ୍ୱିତୀୟ ୱିକେଟ୍ କିପର ହେବେ । ଆନ୍ଧ୍ରପ୍ରଦେଶର 28 ବର୍ଷୀୟ ଭରତ ଭାରତୀୟ ପ୍ରିମିୟର ଲିଗରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳିଥାନ୍ତି । ଚଳିତ ବର୍ଷ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ପାଇଁ ସେ ପାଞ୍ଚ ଜଣ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଥିଲେ ।
ଭାରତୀୟ ଦଳ: ଅଜିଙ୍କ୍ୟ ରାହାଣେ (ଅଧିନାୟକ), କେ.ଏଲ ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା (ଉପ-କ୍ୟାପଟେନ), ଶୁଭମନ ଗିଲ, ଶ୍ରେୟସ ଆୟର, ରିଦ୍ଧିମାନ ସାହା (ଉଇକେଟକିପର), କେ.ବି ଭାରତ (ଉଇକେଟକିପର), ରବିଚନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କ୍ରିଷ୍ଣା ।
