ଓଡିଶା ବନ୍ଦ : ହାଇକୋର୍ଟଙ୍କ ରାୟକୁ କଡାକଡି ପାଳନ ପାଇଁ ଡିଜିପିଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର : ଓଡିଶା ବନ୍ଦକୁ ନେଇ ହାଇକୋର୍ଟ ଦେଇଥିବା ରାୟକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ନିର୍ଦ୍ଦେଶ ଦେଇଛନ୍ତି । କଂଗ୍ରେସର ପ୍ରସ୍ତାବିତ ଓଡିଶା ବନ୍ଦ ନେଇ ଗୁରୁବାର ଦିନ ଡିଜିପି ସବୁ ଜିଲ୍ଲାର ଏସପି , ରେଂଜ ଡିଆଇଜି , ପୋଲିସ୍ କମିଶନର , ଡିସିପି ମାନଙ୍କ ସହ ବୈଠକ କରିଥିଲେ । ଡିଜିପି ସମସ୍ତଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ସମ୍ପର୍କରେ ଅବଗତ କରାଇବା ସହ ଏହାକୁ କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉଲ୍ଲେଖ୍ୟଯୋଗଯୋଗ୍ୟ ଯେ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ରାଜ୍ୟ କଂଗ୍ରେସ ପକ୍ଷରୁ ଆସନ୍ତାକାଲି ଓଡିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାକୁ ବିରୋଧ କରି ହାଇକୋର୍ଟରେ ମାମଲା ହୋଇଥିଲେ । ତେବେ ଜବରଦସ୍ତି ବନ୍ଦ ପାଳନ କରାଯିିବ ନାହିଁ ବରଂ ହରତାଳ କରାଯାଇପାରିବ ବୋଲି ହାଇକୋର୍ଟ ରାୟ ଦେଇଥିଲେ ।
