ମମିତା ହତ୍ୟାକାଣ୍ଡ ମାମଲା : ଆଜି ଯନ୍ତରମନ୍ତରରେ ବିକ୍ଷୋଭ କରିବ କଂଗ୍ରେସ
ନୂଆଦିଲ୍ଲୀ : ଥମିବାର ନାଁ ଧରୁନି ମମିତା ମେହେର ହତ୍ୟାକାଣ୍ଡ ମାମଲା । ମମିତାଙ୍କୁ ନ୍ୟାୟ ଦେବା ପାଇଁ ଦୀର୍ଘ ମାସେ ହେଲା ବିରୋଧୀ ଦଳ ରାଜ ରାସ୍ତାକୁ ଓହ୍ଲାଇଥିବା ବେଳେ ରାଜ୍ୟ ରାଜନୀତି ଏବେ ମମିତା ନିଆଁରେ ଉଷ୍ମ ରହିଛି । ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ମଧ୍ୟ ଦେଖିବାକୁ ମିଳିଛି ମମିତା ନିଆଁ । ମମିତାଙ୍କୁ ନ୍ୟାୟ ଦାବିରେ ଆଜି ଯନ୍ତରମନ୍ତରରେ ବିକ୍ଷୋଭ କରିବ କଂଗ୍ରେସ । ରାଜ୍ୟରେ ମଧ୍ୟ କଂଗ୍ରେସ ଏହି ମାମଲାକୁ ନେଇ ବାରମ୍ବାର ଅଭିଯୋଗ କରିଆସୁଛି । ହେଲେ ଏହି ମାମଲାରେ ଚୁପ୍ ରହିଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ପଲ୍ଲୀ ଠାରୁ ଦିଲ୍ଲୀ ଯାଏଁ ଏବେ ମମିତା ନିଆଁ ବ୍ୟାପିବାରେ ଲାଗିଛି ।
