ଶୀଘ୍ର ଟି-୨୦ କ୍ରିକେଟରୁ ଅବସର ନେଇପାରନ୍ତି କୋହଲି! ଏହି ଭେଟେରାନ କ୍ରିକେଟର ଦେଲେ ବଡ଼ ବୟାନ
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୧ଟିମ ଇଣ୍ଡିଆ ପାଇଁ ଏକ ଦୁଃସ୍ବପ୍ନ ଠାରୁ କମ୍ ନୁହେଁ । ‘ବିରାଟ ସେନା’ ସେମିଫାଇନାଲରେ ମଧ୍ୟ ପହଞ୍ଚି ପାରି ନ ଥିଲା । ଯେଉଁଥିପାଇଁ ବିରାଟ ବହୁତ ସମାଲୋଚନାର ଶିକାର ହେଉଛନ୍ତି । ଏହି ଆଇସିସି ଟୁର୍ଣ୍ଣାମେଣ୍ଟ ପରେ ‘କିଙ୍ଗ କୋହଲି’ ଭାରତୀୟ ଟି-୨୦ ଦଳର ଅଧିନାୟକତ୍ୱ ଛାଡି ଦେଇଛନ୍ତି । ଯାହାକୁ ଅନେକ ଭେଟେରାନ୍ କ୍ରିକେଟ୍ ଗ୍ରହଣ କରି ପାରୁନାହାଁନ୍ତି । ପାକିସ୍ତାନର ପୂର୍ବତନ କ୍ରିକେଟର ମୁସ୍ତାକ ଅହମ୍ମଦ ଏକ ବଡ଼ ବୟାନ ଦେଇଛନ୍ତି ।
ପାକିସ୍ତାନର ପୂର୍ବତନ କ୍ରିକେଟର ମୁସ୍ତାକ ଅହମ୍ମଦ କହିଛନ୍ତି, “ବିରାଟ କୋହଲି ଖୁବ ଶୀଘ୍ର ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ । କହିରଖୁଛି କି, ସେ ଆଇପିଏଲରେ ନିଜ ଫ୍ରାଞ୍ଚାଇଜ୍ ଦଳ ପାଇଁ ଖେଳିବା ଜାରି ରଖିବେ । ମୁଁ ଭାବୁଛି ସେ ଏହି ଫର୍ମାଟ୍ ପାଇଁ ଯାହା କରିବାର ଥିଲା ତାହା କରି ନେଇଛନ୍ତି ।” ଆପଣଙ୍କୁ କହି ରଖୁଛୁ ଯେ ଟି-୨୦ ବିଶ୍ୱକପରେ ବିରାଟ କୋହଲି ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକତ୍ୱ ଭାବରେ ଅଧିକ ଚମତ୍କାର ପ୍ରଦର୍ଶନ କରିବାରେ ସକ୍ଷମ ହୋଇନଥିଲେ । ତାଙ୍କ ଅଧିନାୟକତ୍ୱରେ ହିଁ ଭାରତକୁ ପାକିସ୍ତାନ ବିପକ୍ଷ ମ୍ୟାଚରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଲା ।
ପାକିସ୍ତାନୀ କ୍ରିକେଟର ମୁସ୍ତାକ ଅହମ୍ମଦ ଦାବି କରିଛନ୍ତି ଟିମ୍ ଇଣ୍ଡିଆ ଦୁଇଟି ଭାଗରେ ବିଭକ୍ତ ହୋଇଛି । ସେ କହିଛନ୍ତି, ‘ଯେତେବେଳେ ଜଣେ ସଫଳ ଅଧିନାୟକ କୁହନ୍ତି ଯେ ସେ ଅଧିନାୟକତ୍ୱ ଛାଡିବାକୁ ଚାହାଁନ୍ତି, ଏହାର ଅର୍ଥ ହେଉଛି ଡ୍ରେସିଂ ରୁମରେ ସବୁକିଛି ଠିକ୍ ଚାଲିନାହିଁ । ମୁଁ ବର୍ତ୍ତମାନ ଭାରତୀୟ ଡ୍ରେସିଂ ରୁମରେ ଦୁଇଟି ଦଳ, ମୁମ୍ବାଇ ଏବଂ ଦିଲ୍ଲୀ ଦଳ ଦେଖୁଛି । ବିରାଟ କୋହଲି ଟି -୨୦ ବିଶ୍ୱକପ ପରେ ଅଧିନାୟକତ୍ୱ ଛାଡିଛନ୍ତି । ଏହା ପରେ ରୋହିତ ଶର୍ମାଙ୍କୁ ନୂତନ ଅଧିନାୟକ କରାଯାଇଛି ।
ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳର ୧୬ ଜଣିଆ ଦଳ ଘୋଷଣା କରାଯାଇଛି । ରୋହିତ ଶର୍ମାଙ୍କୁ ନୂତନ ଅଧିନାୟକ କରାଯାଇଛି । ଉପ-ଅଧିନାୟକ ଭାବେ କେ.ଏଲ୍ ରାହୁଲଙ୍କୁ ନିଯୁକ୍ତ କରାଯାଇଛି । ଏହି ସିରିଜ ପାଇଁ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଥିବା ଯୁବ ଖେଳାଳିଙ୍କୁ ଦଳରେ ସ୍ଥାନ ଦିଆଯାଇଛି ।
