ଆର୍ଯ୍ୟନଙ୍କୁ ଏନସିବିର ଏସଆଇଟି ନୋଟିସ ପଠାଇଲା
ମୁମ୍ବାଇ : ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)ର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ମଙ୍ଗଳବାର ଦିନ ଚଳଚ୍ଚିତ୍ର ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ ଏବଂ ତାଙ୍କ ମ୍ୟାନେଜନ ପୂଜା ଦଦଲାନୀଙ୍କୁ ଡକାଇ କ୍ରୁଜ୍ ଡ୍ରଗ୍ ପାର୍ଟିରେ ହୋଇଥିବା କାରବାରର ଅଭିଯୋଗର ଯାଂଚ ପାଇଁ କହିଛନ୍ତି । ଆଜି ଏନସିବିର ଅନୁସନ୍ଧାନକାରୀ ଦଳଙ୍କ ନିକଟରେ ଉପସ୍ଥିତ ରହି ଉଭୟଙ୍କ ବିବୃତି ରେକର୍ଡ଼ କରିବାକୁ କୁହାଯାଇଛି । ଡେପୁଟି ଡାଇରେକ୍ଟର ଜେନେରାଲ ଜ୍ଞାନେଶ୍ୱର ସିଂଙ୍କ ନେତୃତ୍ୱରେ ଏନସିବିର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ କ୍ରୁଜ ଡ୍ରଗ ପାଟି ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ହୋଇଥିବା ଅଭିଯୋଗର ଯାଂଚ କରୁଛନ୍ତି ।
ଏନସିବିର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଆର୍ଯ୍ୟନ ଖାନ ଏବଂ ପୂଜା ଦାଦଲାନୀଙ୍କୁ ଶନିବାର ଏବଂ ରବିବାର ଦିନ ପଚରାଉଚୁରା ପାଇଁ ଡାକିଥିଲେ ମଧ୍ୟ ସାମାନ୍ୟ ଜ୍ୱର ହେତୁ ଆର୍ଯ୍ୟନ ଖାନ ଏନସିବିରେ ହାଜର ହୋଇନଥିଲେ । ପୂଜା ଦାଦଲାନି ମଧ୍ୟ ଏନସିବି ଆଗରେ ହାଜର ହୋଇନଥିଲେ । ଏହି କାରଣରୁ ଏନସିବି ପୁଣି ଥରେ ଉଭୟଙ୍କୁ ନିଜ ପକ୍ଷ ଉପସ୍ଥାପନ କରିବାକୁ ଡାକିଛନ୍ତି ।
