ଭିତ୍ତିଭୂମି ବିକାଶ ଏବଂ ଜନକଲ୍ୟାଣକାରୀ ପ୍ରକଳ୍ପ ନିର୍ମାଣ ପାଇଁ ୫ଟି ସଚିବଙ୍କ ସହ ବାଲେଶ୍ୱର ବିଧାୟକଙ୍କ ଆଲୋଚନା
ବାଲେଶ୍ୱର :ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ କାର୍ଯ୍ୟାଳୟ ଏବଂ ସଦର ବ୍ଲକ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ଓ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ସହିତ ଭିଡ଼ିଓ କନଫାରେନ୍ସ ମାଧ୍ୟମରେ ଅନୁଷ୍ଠିତ ବାଲେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୌରାଞ୍ଚଳର ୱାର୍ଡ଼ସ୍ତରୀୟ ଭିତ୍ତିଭୂମି ବିକାଶ ଏବଂ ଏକାଧିକ ଜନକଲ୍ୟାଣକାରୀ ପ୍ରକଳ୍ପ ନିର୍ମାଣ ପାଇଁ ଆଲୋଚନା ହୋଇଛି । ଏଥିସହ ପ୍ରକଳ୍ପଗୁଡିକୁ ଅନୁମୋଦନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବାଲେଶ୍ୱର ପୌରାଞ୍ଚଳବାସୀଙ୍କୁ ତରଫରୁ ଜିଲାପାଳଙ୍କ ଜରିଆରେ ନିବେଦନ ପତ୍ର ପ୍ରଦାନ କରାଗଲା ।
ମୋଟ ୧୩ କୋଟି ଟଙ୍କା ବ୍ୟୟରେ ସହର ବିଭିନ୍ନ ୱାର୍ଡ଼ମାନଙ୍କରେ କ୍ଷୁଦ୍ର ଉଦ୍ୟାନ, ପବ୍ଲିକ ଜିମ, ଶିଶୁ କ୍ରୀଡ଼ା ଉଦ୍ୟାନ, ଚାଲିବ ରାସ୍ତା, ଶୌଚାଳୟ, ରାସ୍ତା ଓ ଡ୍ରେନକୁ ମିଶି ୧୯୧ଟି ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି । କାର୍ଯ୍ୟକ୍ରମରେ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଉପ ଜିଲାପାଳ ତଥା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଆଶିଷ ଈଶ୍ୱର ପାଟିଲ ଉପସ୍ଥିତ ଥିଲେ । ଗତ ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରତିଶୃତି ଦେଇଥିଲେ ଏବେ ତାହା ପୂରଣ କରୁଥିବାରୁ ଏବଂ ପ୍ରଥମ ପର୍ଯ୍ୟାୟରେ ୧୫୫ କୋଟି ଓ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡ଼ିୟମ ପାଇଁ ୯ କୋଟି ଟଙ୍କା ପ୍ରଦାନ କରିଥିବାରୁ ବିଧାୟକ ଶ୍ରୀ ଦାସ ବାଲେଶ୍ୱରବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ କ୍ଷ ଅନ୍ୟମାନଙ୍କ ମଧ୍ୟରେ ପୌରାଞ୍ଚଳର ବହୁ ନେତୃବୃନ୍ଦ ବୈଠକରେ ଉପସ୍ଥିତ ଥିଲେ ।
