ଅଭାବନୀୟ ଘଟଣା : କୂଅରେ ପଡ଼ି ଦୁଇ ଭାଇ ମୃତ
ସମ୍ବଲପୁର : ସମ୍ବଲପୁର ଟାଉନ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ସୋମବାର ବିଳମ୍ବିତ ରାତିରେ କୂଅରେ ପଡ଼ି ଦୁଇ ଭାଇ ମୃତ। ଦୁଇଭାଇ ହେଲେ ସୁନୀଲ ତ୍ରିପାଠୀ(୩୦) ଓ ସୁଶିଲ ତ୍ରିପାଠୀ (୨୫)। ଟାଉନ୍ ଥାନା ଅଧୀନ ସାହୁ କଲୋନିର ଯୁଗଳ ତ୍ରିପାଠୀଙ୍କ ପୁଅ ହେଉଛନ୍ତି ସୁନୀଲ ଓ ସୁଶିଲ।
ଦୁହେଁ ସୋମବାର ବିଳମ୍ବିତ ରାତିରେ ସାହୁ କଲୋନିର ଏକ କୂଅରେ ପଡ଼ି ଯାଇଥିଲେ। ଖବର ପାଇବା ପରେ ଟାଉନ୍ ଥାନା ପୋଲିସ ଅଗ୍ନିଶମ ବାହିନୀକୁ ଏ ନେଇ ସୂଚନା ଦେଇଥିଲା। ଅଗ୍ନିଶମ ବାହିନୀ ରାତି ୧ ଟା ସମୟରେ ଉଭୟଙ୍କୁ କୂଅ ଭିତରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷାଣ କରିଥିଲେ। ତେବେ ଉଭୟେ ବିଲମ୍ବିତ ରାତ୍ରରେ ଏକାଠି କୂଅରେ କେମିତି ପଡିଲେ ତାହା ଜଣାପଡ଼ି ନାହିଁ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଛି।
