ଅଭିନୟ ନୁହଁ ଅଜବ ଫ୍ୟାଶନ୍ ସେନ୍ସ ପାଇଁ ଚର୍ଚ୍ଚାରେ ଏହି ବଲିଉଡ୍ ଅଭିନେତା
ମୁମ୍ବାଇ : ସାହିଲ ସାଲାଥିଆ ଗତ କିଛି ସମୟ ଧରି ଚର୍ଚ୍ଚାରେ ଅଛନ୍ତି। ଫିଲ୍ମ ‘ପାନିପତ’ ପରେ ୱବେ ସିରିଜ୍ ‘ପୌରୁଷ ପୁର’ରେ ସାହିଲ ନିଜର ଦମଦାର ଅଭିନୟ ଦେଖାଇଛନ୍ତି। ତେବେ ନିଜର ଅଭିନୟ ନୁହଁ ଅଜବ ଫ୍ୟାଶନ୍ ସେନ୍ସ ପାଇଁ ସେ ବେଶ ପରିଚିତ। ସାହିଲଙ୍କ ଫେଶନ ରଣବୀର ସିଂହଙ୍କ ଠାରୁ ମଧ୍ୟ ବିଚିତ୍ର ମନେ କରାଯାଉଛି।
ସାହିଲ ସାଲାଥିଆ ନୂଆ ନୂଆ ବଲିଉଡ୍ ଇଣ୍ଡଷ୍ଟ୍ରୀରେ ପାଦ ଥାପିଛନ୍ତି। ସେ ଅନେକ ଗୁଡିଏ ପ୍ରଜେକ୍ଟରେ ନିଜର ଅଭିନୟ କ୍ଷେତ୍ରରେ ନିଜର ପାରଦର୍ଶୀତା ପ୍ରତିପାଦନ କରିଛନ୍ତି। କିନ୍ତୁ ସେ ସର୍ବଦା ନିଜର ଫ୍ୟାଶନ ସେନ୍ସ ପାଇଁ ହେଡଲାଇନରେ ରୁହନ୍ତି। ସାହିଲ ପ୍ରାୟତଃ ସମୟରେ ସ୍କର୍ଟ ପିନ୍ଧି ଫଟୋ ସୁଟ୍ କରନ୍ତି। ଏପରି କି ମହିଳାଙ୍କ ନେକଲେସ୍ ପିନ୍ଧି ଥିବାର ମଧ୍ୟ ନଜର ଆସିଛନ୍ତି। ସାହିଲ ଜଣେ ଅଭିନେତା। କିନ୍ତୁ ଅଭିନୟ ସହ ସେ ମଡେଲିଂ କରିବାକୁ ବି ଖୁବ ଭଲ ପାଆନ୍ତି। ନୂଆ ନୂଆ ଲୁକ ସହ ଏକ୍ସପେରିମେଣ୍ଟ କରିବାକୁ ସାହିଲ ପସନ୍ଦ କରନ୍ତି। ଯାହା ତାଙ୍କୁ ଅନ୍ୟ ସମସ୍ତ ଅଭିନେତାଙ୍କଠାରୁ ଭିନ୍ନ କରେ। ଅଜବ ଗଜବ ଷ୍ଟାଇଲ ପାଇଁ ରଣବୀର ସିଂହଙ୍କୁ ଏକ ନମ୍ବର ମନେ କରାଯାଏ। କିନ୍ତୁ ସାହିଲଙ୍କ ଫଟୋ ଗୁଡିକୁ ଦେଖିଲେ ଲାଗେ ଯେମିତି ସେ ରଣବୀରଙ୍କୁ ଫ୍ୟାଶନ କ୍ଷେତ୍ରରେ କଡା ଟକ୍କର ଦେଉଛନ୍ତି।
ସୂଚନା ଯେ, ସାହିଲ ସାଲାଥିଆଙ୍କୁ ଲୋକପ୍ରିୟ ରିଅଲିଟି ଶୋ ବିଗବସ୍ରେ ଭାଗ ନେବାର ଅଫର ମିଳିଥିଲା। କିନ୍ତୁ ଅଭିନୟ ନିଶାରେ ସେ ସେହି ଅଫରକୁ ଗ୍ରହଣ କରିନଥିଲେ। ସାହିଲ ଫିଲ୍ମ ପାନିପଥରୁ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଫିଲ୍ମରେ ସେ ଶାମସେର ବାହାଦୂର ଭୂମିକାକୁ ଅତି ଚମତ୍କାର ଭାବେ ନିଭାଇ ଥିଲେ।
