ଅନିଲ୍ ଦେଶମୁଖଙ୍କୁ ଆର୍ଥର ରୋଡ ଜେଲ୍ରୁ ଇଡିର ହାଜତକୁ ନିଆଗଲା
ମୁମ୍ବାଇ : ମନି ଲଣ୍ଡରିଂ ଓ ବଟି ଆଦାୟ ମାମଲାରେ ଗିରଫ ହୋଇଥିବା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ୍ ଦେଶମୁଖଙ୍କୁ ସୋମବାର ଦିନ ଆର୍ଥର ରୋଡ ଜେଲ୍ରୁ ଇଡିର ଦକ୍ଷିଣ ମୁମ୍ବାଇ ସ୍ଥିତ ଇଡି ଅଫିସକୁ ନିଆଯାଇଛି । ଦେଶମୁଖଙ୍କୁ ବମ୍ବେ ହାଇକୋର୍ଟ ରବିବାର ଦିନ ସ୍ପେଶାଲ କୋର୍ଟରେ ନ୍ୟାୟିକ ହାଜତକୁ ପଠାଇବା ନିଷ୍ପତି କୁ ପରିବର୍ତନ କରି ପୁଣି ୧୨ ନଭେମ୍ବର ପର୍ଯ୍ୟନ୍ତ ଇଡିର ହାଜତରେ ରହିବାକୁ ନିର୍ଦେଶ ଦେଇଛନ୍ତି ।
ରବିବାର ଛୁଟିଦିନ ପାଇଁ ଅନିଲ ଦେଶମୁଖଙ୍କୁ ଇଡିର ହାଜତକୁ ପରିବର୍ତନ କରାଯାଇ ପାରିନଥିଲା । ଇଡିର ଟିମ୍ ଅନିଲ ଦେଶମୁଖଙ୍କୁ ପଚରା ଉଚରା କାର୍ଯ୍ୟକ୍ରମ ଜାରି ରଖିଛି ।
