ଶିଳ୍ପପତି ମୁକେଶ ଆମ୍ବାନିଙ୍କ ବଂଗଳାର ସୁରକ୍ଷା ବଢାଗଲା
ମୁମ୍ବାଇ : ଉଦ୍ୟୋଗପତି ମୁକେଶ ଆମ୍ବାନିଙ୍କ ମୁମ୍ବାଇ ସ୍ଥିତ ଏଟିଲିଆ ବଂଗଳାର ବାହାରେ ଦୁଇ ସଂନ୍ଧିଗ୍ଧ ବ୍ୟାକ୍ତି ଦେଖାଜିବାର ସୁଚନା ମିଳିବା ପରେ ପୋଲିସ ବଂଗଳାର ସୁରକ୍ଷା ବ୍ୟବସ୍ଥା ବଢାଇ ଦେଇଛି । ଆଜାଦ ମୈଦାନ ପୋଲିସ ଥାନାରେ ଏହି ଦୁଇଜଣ ବ୍ୟାକ୍ତିଙ୍କ ସଂପର୍କରେ ସୁଚନା ଦେଇଥିବା ଟ୍ୟାକ୍ସି ଡ୍ରାଇଭରଙ୍କୁ ପୋଲିସ ପଚରା ଉଚରା କରିବା ଚାଲୁରଖିଛି ।
ସୂଚନା ଅନୁସାରେ ଜଣା ପଡିଛି ଏହି ଦୁଇ ଜଣ ଟ୍ୟାକ୍ସି ଡ୍ରାଇଭର ସୋମବାର ଦିନ ପୋଲିସ ନିୟନ୍ତ୍ଣ ରୁମ୍କୁ ଫୋନକରି ଏଟିଲିଆ ବଂଗଳାର ବାହାରେ ଦୁଇ ସଂନ୍ଧିଗ୍ଧ ବୁଲୁଥିବାର ସୂଚନା ଦେଇଥିଲେ । ପୋଲିସ ତତକ୍ଷାଣତ ବଂଗଳାର ବାହାରର ସୁରକ୍ଷା ବଢାଇ ଦେଇଛି । ପୋଲିସ ଫୋନ ଟ୍ରାକ କରି ସେହି ଦୁଇ ଟ୍ୟାକ୍ସି ଡ୍ରାଇଭରଙ୍କୁ ଆଜାଦ ମୈଦାନ ଥନାକୁ ଧରି ଆଣି ତାଙ୍କର ବୟାନ ରେକଡ କରିଛି । ଉଲ୍ଲେଖଯୋଗ୍ୟ ଯେ ଏଟିଲିଆଂ ବଂଗଳାର ବାହାରେ ଜିଲେଟିନ୍ ଭର୍ତି ଥିବା ସ୍କୋରପିଓ କାର ମାମଲାରେ ମୁମ୍ବାଇ ପୁଲିସ୍ ର କେତେକ ପୁଲିସ କର୍ମିଙ୍କୁ ଗିରଫ କରାଯାଇଛିା ଏହିମାମଲାର ତଦନ୍ତ ନେସ୍ନାଲ ଇନଭେଷ୍ଟିଗେଷନ ଏଜେନ୍ସିକୁ କରୁଅଛି । ଆଜିପୁଣି ଏଟିଲିଆ ବମଗଳାର ବାହାରେ ଏହିଭଳି ଅବସ୍ଥା ଦେଖି ମୁମ୍ବାଇ ପୋଲିସ ଏକପ୍ରକାର ସତର୍କ ହୋଇଯାଇଛିା
