୧୦ ଡିଗ୍ରୀ ସହ ଦାରିଙ୍ଗବାଡ଼ି ଓଡ଼ିଶାର ଥଣ୍ଡା ସହର
- ରାଜ୍ୟର ୮ ସହରରେ ୧୫ ଡ଼ିଗ୍ରୀ ତଳେ ତାପମାତ୍ରା
ଭୁବନେଶ୍ୱର : ରାଜ୍ୟରେ ଥଣ୍ଡା ବଢିବାରେ ଲାଗିଛି । ରାଜ୍ୟର ୮ଟି ସ୍ଥାନର ତାପମାତ୍ରା ୧୫ ଡିଗ୍ରୀରୁ ତଳେ ରେକର୍ଡ କରାଯାଇଛି । ୧୦ ଡ଼ିଗ୍ରୀ ସହ ସୋମବାର ବି ଦାରିଙ୍ଗବାଡି ଓଡ଼ିଶାର ଥଣ୍ଡା ସହର ହୋଇଛି । ମିଳିଥିବା ସୂଚନା ଅନୁସାରେ ଫୁଲବାଣୀ ରେ ୧୧.୫ଡ଼ିଗ୍ରୀ, କୋରାପୁଟ ୧୨.୦ଡ଼ିଗ୍ରୀ, କେନ୍ଦୁଝର ୧୩.୦, ଭବାନୀପାଟଣା ଏବଂ ଝାରସୁଗୁଡା ରେ ୧୪.୨ଡ଼ିଗ୍ରୀ, ଟିଟଲାଗଡ ଏବଂ ସୋନପୁର ରେ ୧୪.୮ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱର ରେ ୧୭.୪ଡ଼ିଗ୍ରୀ ଏବଂ କଟକ ରେ ୧୭ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି ।
ଉତର-ପଶ୍ଚିମ ଦିଗରୁ ଓଡ଼ିଶାକୁ ପ୍ରବେଶ କରୁଥିବା ଥଣ୍ଡା ଓ ଶୁଷ୍କବାୟୁ ପ୍ରଭାବରେ ରାଜ୍ୟରେ ରାତ୍ରି ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ତଳକୁ ଖସିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ରାତ୍ରି ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଖସିଥିବା ବେଳେ ଉପକୂଳ ଓଡ଼ିଶାରେ ୨ ଡିଗ୍ରି ଯାଏ ଖସିଛି । ସ୍ୱାଭାବିକ ରାତ୍ରି ତାପମାତ୍ରାଠାରୁ ସର୍ବାଧିକ ବ୍ୟବଧାନ ଟିଟିଲାଗଡ଼ଠାରେ ରହିଥିଲା । ଏଠାରେ ୪.୮ ଡିଗ୍ରି ସେଲ୍ସିୟସ୍ କମ୍ ରହିଥିବା ରେକର୍ଡ କରାଯାଇଥିଲା ।
