ରୋଷେଇ ଗ୍ୟାସର ସବସିଡିକୁ ନେଇ ସରକାର କଲେ ନୂଆ ପ୍ଲାନ ! ଜାଣନ୍ତୁ କେମିତି ମିଳିବ ଟଙ୍କା
ନୂଆଦିଲ୍ଲୀ : ଦିନକୁ ଦିନ ବୃଦ୍ଧି ପାଉଥିବା ମହଙ୍ଗା ମାଡ଼ରେ ଏଲପିଜି ସିଲିଣ୍ଡରର ସବସିଡିକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅନେକ ଆଶା ରହିଛି । ଏଭଳି ପରିସ୍ଥିତି ମଧ୍ୟରେ ଲୋକମାନଙ୍କୁ ଏକ ବଡ଼ ଖବର ମିଳିପାରେ। ଏବେ ଏହା ଚର୍ଚ୍ଚା ଲାଗିରହିଛି ଯେ, ଏଲପିଜି ରୋଷେଇ ସିଲିଣ୍ଡରର ମୂଲ୍ୟ ଏକ ହଜାର ଟଙ୍କା ଛୁଇଁପାରେ । ମାତ୍ର ଏଲପିଜି ସିଲିଣ୍ଡରର ମୁଦ୍ରାସ୍ଫୀତି ବୃଦ୍ଧି ନେଇ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ସାମ୍ନାକୁ ଆସିନାହିଁ।
ଚଳିତ ମାସରେ କମର୍ସିଆଲ ଗ୍ୟାସର ଦର ବୃଦ୍ଧି ପାଇଛି । କିନ୍ତୁ ସରକାରଙ୍କ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ସୂଚାଇ ଦେଉଛି ଯେ ସିଲିଣ୍ଡର ପାଇଁ ଗ୍ରାହକ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଦେବାକୁ ପ୍ରସ୍ତୁତ ଅଛନ୍ତି। ସୂଚନାନୁସାରେ, ସରକାର ଦୁଇଟି ଉପାୟରେ ଏଲପିଜି ସିଲିଣ୍ଡର ଉପରେ ନିଷ୍ପତ୍ତି ନେଇପାରିବେ। ପ୍ରଥମେ ସରକାର ସବସିଡି ବିନା ସିଲିଣ୍ଡର ଯୋଗାଇବା ଉଚିତ୍। ଦ୍ୱିତୀୟତଃ କେତେକ ମନୋନୀତ ଗ୍ରାହକଙ୍କୁ ମଧ୍ୟ ସବସିଡିର ସୁବିଧା ଦିଆଯିବା ଉଚିତ୍ ।
ସବସିଡି ଦେବା ନେଇ ସରକାର ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ଦେଇନାହାଁନ୍ତି । କିନ୍ତୁ ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ୧୦ ଲକ୍ଷ ଇନକମ ନିୟମ ବଳବତ୍ତର ରହିବ ଏବଂ ଉଜ୍ଜ୍ୱାଳା ଯୋଜନାର ହିତାଧିକାରୀମାନେ ସବସିଡି ଲାଭ ପାଇବେ। ଏଠାରେ କହିରଖୁଛୁ ଯେ, ବାକି ଲୋକଙ୍କ ପାଇଁ ସବସିଡି ଶେଷ ହେବାକୁ ଯାଉଛି।
ଏଠାରେ କହିରଖୁଛୁ ଯେ, ଗତ କିଛି ମାସ ଧରି କେତେକ ସ୍ଥାନରେ ଏଲପିଜି ଉପରେ ସବସିଡି ବନ୍ଦ ହୋଇଯାଇଥିଲା ଏବଂ ଏହି ନିୟମ ମେ ୨୦୨୦ ରୁ ଚାଲି ଆସୁଛି । ଅନ୍ତର୍ଜାତୀୟ ବଜାରରେ କୋରୋନା ମହାମାରୀ ସମୟରେ ଅଶୋଧିତ ତୈଳ ଏବଂ ଗ୍ୟାସର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଇବା ପରେ ହିଁ ଏହି ପଦକ୍ଷେପ ନିଆଯାଇଛି। ତେବେ ଏ ପର୍ଯ୍ୟନ୍ତ ସରକାର ଏଲପିଜି ସିଲିଣ୍ଡର ଉପରେ ସବସିଡି ସମ୍ପୂର୍ଣ୍ଣ ବନ୍ଦ କରିନାହାଁନ୍ତି।
ସବସିଡି ଉପରେ ସରକାରଙ୍କ ଖର୍ଚ୍ଚ ୨୦୨୧ ଆର୍ଥିକ ବର୍ଷରେ୩,୫୫୯ ଟଙ୍କା ଥିଲା। ୨୦୨୦ ଆର୍ଥିକ ବର୍ଷରେ ଏହି ଖର୍ଚ୍ଚ ୨୪ ହଜାର ୪୬୮ କୋଟି ଟଙ୍କା ଥିଲା। ବାସ୍ତବରେ ଏହା ଡିବିଟି ସ୍କିମ୍ ଅଧୀନରେ ଅଛି, ଯାହା ଜାନୁଆରୀ ୨୦୧୫ ରେ ଆରମ୍ଭ ହୋଇଥିଲା, ଯାହା ଅଧୀନରେ ଗ୍ରାହକଙ୍କୁ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡର ପାଇଁ ସମ୍ପୂର୍ଣ୍ଣ ରାଶି ଦେବାକୁ ପଡିବ । ଏଥି ସହିତ ସବସିଡି ଟଙ୍କା ସରକାରଙ୍କ ତରଫରୁ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫେରସ୍ତ କରାଯାଇଥାଏ। ଯେହେତୁ ଏହି ଫେରସ୍ତ ପ୍ରତ୍ୟକ୍ଷ, ଏହି ଯୋଜନାର ନାମ ଡିବିଟିଏଲ।
ସବସିଡି ବିନା ୧୪.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧୫ ଟଙ୍କା ବୃଦ୍ଧି ପାଇଛି। ଏହା ସହିତ ବର୍ତ୍ତମାନ ଜାତୀୟ ରାଜଧାନୀ ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୮୪.୫୦ ରୁ ୮୯୯.୫୦ ଟଙ୍କାକୁ ବୃଦ୍ଧି ପାଇଛି।
