ରାଜଧାନୀରେ କେବିଏନ ଗ୍ରୁପର ଭିଡିଓ ପୁଣି ଥରେ ଭାଇରାଲ୍ : ମାଉଜର୍ ଧରି ଫାଙ୍କାରେ ଗୁଳିଚାଳନା କରୁଛନ୍ତି ଯୁବକ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଅପରାଧୀ ମାନଙ୍କର ପୋଲିସର ଭୟ ଥିବା ଭଳି ଲାଗୁ ନାହିଁ । ରାଜଧାନୀରେ ଲୁଟ୍, ଚୋରି ପରି ଘଟଣା ମାନ ପ୍ରତି ଦିନ ଘଟି ଚାଲିଥିବା ଏବେ ନୂଆ ନୂଆ ଗ୍ୟାଙ୍ଗ୍ ପୋଲିସର ମୁଣ୍ଡବ୍ୟଥା ବଢାଇ ଦେଇଛି । ଏବେ ରାଜଧାନୀ ଛାତିରେ ଆତଙ୍କ ମଚାଇଛନ୍ତି କେବିଏନ୍ ଗ୍ରୁପ୍ । ଏହି ଗ୍ରୁପର ଯୁବକ ମାଉଜର ଧରି ଫାଙ୍କାରେ ଗୁଳି ଚାଳନା କରୁଥିବା ଭିଡିଓ ପୁଣିଥରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଏହି ଭିଡିଓରେ ଜଣେ ବ୍ୟକ୍ତି ଫାଙ୍କା ଗୁଳି ଚଲାଉଥିବା ବେଳେ ଅନ୍ୟ ଜଣେ ଏହା କରିବାକୁ କହୁଥିବା ଶୁଣିବାକୁ ମିଳୁଛି । ଗୋଟିଏ ଦୁଇଟି ଏପରି ଏକାଧିକ ଗୁଳି ଚଲାଉଛନ୍ତି ବ୍ୟକ୍ତି ଜଣକ । ତେବେ ଏହି ଭିଡିଓ ପଛରେ କିଏ ରହିଛି ସେ ସମ୍ପର୍କରେ କିଛି ସ୍ପଷ୍ଟ ହୋଇ ନାହିଁ । ପୂର୍ବରୁ ମାରଣାସ୍ତ୍ର ସହ କେବିଏନ୍ ଗ୍ରୁପର କିଛି ଭିଡିଓ ଭାଇରାଲ୍ ହୋଇଥିଲା । ଏହାପରେ ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ୍ । ଏହି ମାମଲାର ତଦନ୍ତ କରିବାକୁ ସ୍ପେଶାଲ ସ୍କ୍ୱାଡ୍ ଗଠନ ବି ହୋଇଛି । ତେବେ ପୁଣି ଥରେ ଏପରି ଭିଡିଓ ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।
