ରାଜ୍ୟରେ ୪ କୋଟି ନିକଟତର ଟିକା ଟୀକାକରଣ
ଭୁବନେଶ୍ୱର : ରାଜ୍ୟରେ ଜୋରସୋରରେ ଚାଲିଛି ଟିକାକରଣ ଅଭିଯାନ । ଶନିବାର ଦିନକରେ ୨୮ଲକ୍ଷ ୩୧ହଜାର ୪୩୭ ହିତାଧିକାରୀ ଟିକା ନେଇଛନ୍ତି। ଏହାକୁ ମିଶାଇ ବର୍ତ୍ତମନ ସୁଦ୍ଧା ରାଜ୍ୟର ଟିକାକରଣ ସଂଖ୍ୟା ୩କୋଟି ୮୮ଲକ୍ଷ ୨୫ହଜାର ୪୮୩ରେ ପହଞ୍ଚିଛି। ଏ ପର୍ଯ୍ୟନ୍ତ ୨କୋଟି ୬୩ଲକ୍ଷ ୧୩ହଜାର ୯୦୯ ଜଣ ପ୍ରଥମ ଡୋଜ ଟିକା ନେଇଥିବା ବେଳେ ୧କୋଟି ୨୫ଲକ୍ଷ ୧୧ହଜାର ୫୭୪ ଜଣ ଦ୍ଵିତୀୟ ଡୋଜ ଟିକା ନେଇଛନ୍ତି।
ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ୧ କୋଟି ୯୪ ଲକ୍ଷ ୯୦ ହଜାର ୧୪୩ ଜଣ ପୁରୁଷ ଓ ୧ କୋଟି ୯୩ ଲକ୍ଷ ୨୬ ହଜାର ୨୬୭ ଜଣ ମହିଳା ଏହି ଟିକା ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୩ କୋଟି ୪୧ ଲକ୍ଷ ୩ ହଜାର ୯୦୧ ଜଣ କୋଭିସୀଲଡ଼ ଏବଂ ୪୭ ଲକ୍ଷ ୧୫ ହଜାର ୬୯୪ ଜଣ କୋଭାକସିନ ଟିକା ନେଇଛନ୍ତି। ସେହିପରି ୧୮-୪୪ ବୟସ ବର୍ଗରେ ୨ କୋଟି ୧୩ ଲକ୍ଷ ୯୩ ହଜାର ୧୬୯ ଜଣ, ୪୫-୬୦ ବୟସ ବର୍ଗରେ ୧ କୋଟି ୬ ଲକ୍ଷ ୩୫ ହଜାର ୮୪୪ ଓ ୬୦ରୁ ଉର୍ଦ୍ଧ୍ବ ବୟସର ୬୭ ଲକ୍ଷ ୯୬ ହଜାର ୪୭୦ ଜଣ ଟିକା ନେଇଛନ୍ତି। ଗଞ୍ଜାମ ଜିଲାରେ ସର୍ବାଧିକ ୨୨ ଲକ୍ଷ ୩୮ ହଜାର ୭୦୦ ଜଣ ପ୍ରଥମ ଡୋଜ ନେଇଥିବା ବେଳେ ୧୭ ଲକ୍ଷ ୯୦ ହଜାର ୬୯୧ ଜଣ ଦ୍ଵିତୀୟ ଡୋଜ ଟିକା ନେଇଛନ୍ତି। ଦେବଗଡ଼ରେ ସର୍ବନିମ୍ନ ୨ ଲକ୍ଷ ୨୫ ହଜାର ୫୧୬ ଜଣ ପ୍ରଥମ ଓ ୬୯ ହଜାର ୨୦୩ ଜଣ ଦ୍ଵିତୀୟ ଡୋଜ ଟିକା ନେଇଛନ୍ତି।
