ରାଜ୍ୟରେ ଆଉ ୩୧୮ କରୋନା ସଂକ୍ରମିତ ଚିହ୍ନଟ
- ଗତ ୨୪ ଘଣ୍ଟାରେ ୦ରୁ ୧୮ ବର୍ଷର ୫୮ ଜଣ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଉପରତଳ ହେଉଛି ମହାମାରୀ କରୋନା ଗ୍ରାଫ୍ । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ସେପ୍ଟେମ୍ବର ପରେ ଅକ୍ଟୋବର, ଆଉ ଏବେ ନଭେମ୍ବର ମଧ୍ୟ ଆଣିଦେଉଛି ଆଶ୍ୱସ୍ତିକର ଖବର । ଏହାରି ମଧ୍ୟରେ ରବିବାର ଗତ ୨୪ ଘଣ୍ଟା ମଧ୍ୟରେ ୩୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୬ ଓ ସ୍ଥାନୀୟ ଅଞ୍ଚଳରୁ ୧୩୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୫୮ ଜଣ ପଜିଟିଭ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୪୩ହଜାର ୪୬୯କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୪ଜଣ ଥିବାବେଳେ ବାଲେଶ୍ୱରରୁ ୧୪ଜଣ, ଭଦ୍ରକରୁ ୬ଜଣ, ବଲାଙ୍ଗୀରରୁ ୩ଜଣ, କଟକରୁ ୩୧ଜଣ, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ଜଣେ, ଗଜପତିରୁ ୨ଜଣ, ଗଞ୍ଜାମରୁ ୪ଜଣ, ଜଗତସିଂହପୁରରୁ ୭ଜଣ, ଯାଜପୁରରୁ ୮ଜଣ, ଝାରସୁଗୁଡ଼ାରୁ ୨ଜଣ, କଳାହାଣ୍ଡିରୁ ଜଣେ, କେନ୍ଦ୍ରାପଡ଼ାରୁ ୬ଜଣ, କେନ୍ଦୁଝରରୁ ୨ଜଣ, ଖୋର୍ଦ୍ଧାରୁ ୧୩୯ଜଣ, କୋରାପୁଟରୁ ୫ଜଣ, ମାଲକାନାଗିରିରୁ ୪ଜଣ, ମୟୁରଭଞ୍ଜରୁ ୪ଜଣ, ନୟାଗଡ଼ରୁ ଜଣେ, ପୁରୀରୁ ୯ଜଣ, ରାୟଗଡ଼ାରୁ ୨ଜଣ, ସମ୍ବଲପୁରରୁ ୨୧ଜଣ, ସୁନ୍ଦରଗଡ଼ରୁ ୧୦ଜଣ ଓ ରାଜ୍ୟ ପୁଲରୁ ୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୧୦ଲକ୍ଷ ୪୩ହଜାର ୪୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୦ଲକ୍ଷ ୩୧ହଜାର ୮୫୦ ଜଣ ସୁସ୍ଥ ହୋଇଥିବା ବେଳେ ୩ହଜାର ୨୦୯ ଜଣ ସକ୍ରିୟ ମାମଲା ରହିଛି । ଏବେ ସୁଦ୍ଧା ରାଜ୍ୟରେ ୨,୨୪,୧୧,୨୩୦ ସାମ୍ପୁଲ ଟେଷ୍ଟ୍ ହୋଇଛି ।
