ପୃଥକ୍ ପୃଥକ୍ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ମୃତ
ଆନନ୍ଦପୁର : କେନ୍ଦୁଝର ଜିଲାର ଆନନ୍ଦପୁର ଅଞ୍ଚଳରେ ତିନିଟି ବିଭିନ୍ନ ସମୟରେ ବାଇକ୍ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଥିରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଶନିବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି।
ସୂଚନା ଯେ, ଶନିବାର ରାତିରେ ଯାତ୍ରା ଦେଖି ବାଇକରେ ଘରକୁ ଫେରୁଥିବା ସମୟରେ ଗୟଳମୁଣ୍ଡା ନିକଟରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଦୁଇ ମୃତକ ହେଲେ ବିଜୁ ବାଦ୍ରା (୨୭) ଓ ଦାମୋଦର ଲିଆଙ୍ଗି (୨୨)। ଏହାଛଡ଼ା ଧକୋଠାଠାରେ ସେହିଭଳି ବାଇକ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ସଇଲଙ୍ଗର ସଂଗ୍ରାମ ମୁଦୁଲି (୨୯)। ସମସ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାଯାଇଛି।
