ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଆଫଗାନିସ୍ତାନ ଜିତିଲେ ଆମେ ରହିବ, ନହେଲେ ଘରକୁ ଯିବା : ଜାଡେଜା
ଦୁବାଇ : ଚଳିତ ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ସେମି ଫାଇନାଲ ଖେଳିବା ଆଶା ଏବେ ମଧ୍ୟ ଉଜ୍ଜୀବିତ ରହିଛି। ଶୁକ୍ରବାର ସ୍କଟଲ୍ୟାଣ୍ଡକୁ ଏକ ବଡ଼ ବ୍ୟବଧାନରେ ପରାସ୍ତ କରି ଏକତରଫା ଭାବେ ଜିତିଛି ଭାରତ । ଏହାପରେ ଦଳର ନେଟ ରନ୍ ରେଟ୍ ଯୁକ୍ତ ୧.୬ରୁ ଅଧିକ ରହିଛି। ତଥାପି ଭାରତର ଭାଗ୍ୟ ରବିବାର ଖେଳା ଯିବାକୁ ଥିବା ଆଫଗାନିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ ଉପରେ ନିର୍ଭର କରୁଛି। ଯଦି ଆଫଗାନ ଏହି ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଦେବ, ତା’ହେ ଭାରତ ସୋମବାର ନାମିବ୍ୟାକୁ ହରାଇ ସେମି ଫାଇନାଲ ଟିକେଟ ହାସଲ କରିପାରିବ। କିନ୍ତୁ ନ୍ୟୁଜିଲ୍ୟାଣ୍ଡକୁ ହରାଇବା ଆଫଗାନ ପକ୍ଷରେ ସହଜ ହେବନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଯଦି ଆଫଗାନ ହାରିବ, ତା’ହେଲେ ଭାରତ ମଧ୍ୟ ବିଶ୍ୱକପ ଟି-୨୦ରୁ ବିଦା ହୋଇଯିବ।
ଟିମ୍ ଇଣ୍ଡିଆର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସାମ୍ବାଦିକ ସମ୍ମିଳନୀରେ ଏକ ମଜାଳିଆ ଉତ୍ତର ଦେଇଥିଲେ । ସ୍କଟଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ପରେ ଯେତେବେଳେ ରବିନ୍ଦ୍ର ଜାଡେଜା ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ, ଯଦି ଆଫଗାନିସ୍ତାନ ଆଗାମୀ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବାରେ ଅସମର୍ଥ, ତେବେ ପରବର୍ତ୍ତୀ କ’ଣ ହେବ? ଏଥିପାଇଁ ରବିନ୍ଦ୍ର ଜାଡେଜା ସିଧାସଳଖ ଉତ୍ତର ଦେଇଥିଲେ, ଯେ ଯଦି ମ୍ୟାଚ୍ ହାରିଯିବା ତାହେଲେ ବ୍ୟାଗ ପ୍ୟାକ୍ କରି ଘରକୁ ଯିବା ଆଉ କଣ କରିବା । ସୂଚନା ଯେ, ଟିମ୍ ଇଣ୍ଡିଆ କ୍ରମାଗତ ଦୁଇଟି ବଡ଼ ବିଜୟ ହାସଲ କରି ନିଜର ନେଟ-ରନରେ ଉନ୍ନତି ଆଣିଛି, ତଥାପି ସେମି ରାସ୍ତା ଏତେ ସହଜ ନୁହେଁ । ଯଦି ଟିମ୍ ଇଣ୍ଡିଆକୁ ସେମିଫାଇନାଲରେ ପହଞ୍ଚିବାକୁ ପଡିବ, ତେବେ ନାମିବିଆକୁ ମଧ୍ୟ ଏକ ବଡ଼ ବ୍ୟବଧାନରେ ପରାସ୍ତ କରିବାକୁ ପଡିବ । ଯଦିଓ ଏହା ଘଟେ, ତେବେ ଆଫଗାନିସ୍ତାନକୁ ନ୍ୟୁଜିଲ୍ୟାଣ୍ଡ ଉପରେ ଜିତିବାକୁ ପଡିବ । ଆଫଗାନିସ୍ତାନର ବିଜୟ ସହିତ, ଗ୍ରୁପ୍ -୨ ରେ ଏପରି ତିନୋଟି ଦଳ ରହିବେ, ଯାହାର ପଏଣ୍ଟ ୬ ରହିବ ।
