ରିଲିଜ୍ ପୂର୍ବରୁ ଅନ୍ଲାଇନରେ ଲିକ୍ ହେଲା ‘ସୂର୍ଯ୍ୟବଂଶୀ’
ମୁମ୍ବାଇ : ବହୁ ପ୍ରତିକ୍ଷିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ ରିଲିଜ୍ ପୂର୍ବରୁ ହେଲା ଲିକ୍। ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍ଙ୍କ ଅଭିନୀତ ଫିଲ୍ମ ‘ସୂର୍ଯ୍ୟବଂଶୀ’ କରୋନା ଯୋଗୁଁ ଦୀର୍ଘ ଦିନ ଧରି ରିଲିଜ୍ ତାରିଖ ଘୁଞ୍ଚି ଚାଲିଥିଲା। ଦୀପାବଳି ଅବସରରେ ନିର୍ମାତା ରୋହିତ ସେଟ୍ଟୀ ଦର୍ଶକଙ୍କ ଏହି ପ୍ରତୀକ୍ଷାର ଅନ୍ତ ଘଟିଛି। ନଭେମ୍ବର ୫ ତଥା ଗତକାଲି ଭାରତର ପାଖାପାଖି ୪ ହଜାର ହଲରେ ଏହି ଫିଲ୍ମ ରିଲିଜ୍ ହୋଇଛି। କିନ୍ତୁ ଏଠାରେ କିଛି ଭିନ୍ନ ଦେଖାଦେଇଛି। ‘ସୂର୍ଯ୍ୟବଂଶୀ’ ରିଲିଜ୍ ହେଲା ପରେ ରୋହିତ ସେଟ୍ଟୀଙ୍କ ଚିନ୍ତା ବଢିଯାଇଛି। କାରଣ ଏହି ଫିଲ୍ମ ରିଲିଜ୍ ହେଉ ହେଉ ଅନ୍ଲାଇନରେ ଲିକ୍ ହୋଇ ଯାଇଥିଲା ।
‘ସୂର୍ଯ୍ୟବଂଶୀ’କୁ ଯେତେବେଳେ ନିର୍ମାତା ଓଟିଟିରେ ରିଲିଜ କରିବାକୁ ଯାଉଥିଲେ ସେତେବେଳେ ରୋହିତ ସେଟ୍ଟୀ ଏଥିରେ ବାଧା ଦେଇଥିଲେ। କାରଣ ସେ ଚାହୁଁଥିଲେ ଯେ ଏହା କେବଳ ବଡ ପରଦାରେ ରିଲିଜ୍ ହେଉ ବୋଲି। ହୁଏତ ଏହା ପଛରେ ତାଙ୍କର ଏକ ବଡ ଲକ୍ଷ ଥିଲା। ପ୍ରେକ୍ଷାଳୟ ଖୋଲିବା ପରେ ଦୀପାବଳି ଅବସରରେ ଲୋକଙ୍କୁ ଜବରଦସ୍ତ ମସଲା ଦେବା ନେଇ ପରଦାକୁ ‘ସୂର୍ଯ୍ୟବଂଶୀ ଆସିଲା।’ କିନ୍ତୁ ଏହି ଫିଲ୍ମ ବର୍ତ୍ତମାନ ଅନେକ ୱେବ୍ସାଇଟ୍ରେ ଲିକ୍ ହୋଇସାରିଛି, ଯାହା ରୋହିତଙ୍କୁ ଖୁବ୍ ବାଧିଛି।
ଯେଉଁସବୁ ୱେବ୍ସାଇଟ୍ରେ ଏହି ଫିଲ୍ମ ଲିକ୍ ହୋଇଛି ସେସବୁ ମଧ୍ୟରେ ସବୁଠାରୁ ଆଗରେ ରହିଛି ତାମିଲ୍ ରକର୍ସର ନାମ। ପୂର୍ବରୁ ମଧ୍ୟ ଏହି ସାଇଟ୍ରେ ଅନେକ ଫିଲ୍ମ ଲିକ୍ ହୋଇସାରିଛି। ଏହାଛଡା ଏହି ଫିଲ୍ମ ଟେଲିଗ୍ରାମ୍ର ଅନେକ ଚ୍ୟାନେଲ୍ ଓ ଫିଲ୍ମ ଜିଲ୍ଲା ନାମରେ ଥିବା ୱେବ୍ସାଇଟ୍ରେ ମଧ୍ୟ ଉପଲବ୍ଧ ହେଉଛି। ବର୍ତ୍ତମାନ ଏହି ସବୁ ସାଇଟ୍ରୁ ଫିଲ୍ମର ଏଚ୍ଡି ପ୍ରିଣ୍ଟ୍ ଡାଉନ୍ଲୋଡ୍ ହୋଇ ପାରୁଛି।
