ଇଡି ଆଗରେ ହାଜର ନହୋଇ ସମୟ ମାଗିଲେ ଅନୀଲ ଦେଶମୁଖଙ୍କ ପୁଅ ଋଷିକେଶ
ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ପୁଅ ଋଷିକେଶ ଦେଶମୁଖ ଶୁକ୍ରବାର ଦିନ ଅବୈଧ ବସୁଲୀ ଏବଂ ମନି ଲଣ୍ଡରିଂ ମାମଲାରେ ପଚରାଉଚୁରା ପାଇଁ ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ଆଫିସ୍ରେ ଉପସ୍ଥିତ ହୋଇନାହାନ୍ତି । ଋଷିକେଶ ନିଜ ଓକିଲ ଇନ୍ଦ୍ରପାଳ ସିଂହଙ୍କ ଜରିଆରେ ଇଡିକୁ ପତ୍ର ପଠାଇ ସମୟ ମାଗିଛନ୍ତି । ଏହାଉପରେ ଇଡିର ପ୍ରତିକ୍ରିୟା ଏବେ ମିଳିପାରି ନାହିଁ ।
ଓକିଲ ଇନ୍ଦ୍ରପାଲ ସିଂହ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଅନିଲ ଦେଶମୁଖ ଇଡିର ଯାଂଚର ବିରୋଧ କରି ସୁପ୍ରିମ କୋର୍ଟ ଏବଂ ହାଇକୋର୍ଟରେ ଆବେଦନ ଦାଖିଲ କରିଥିଳେ । ଦୁଇ ଜାଗାରୁ ଅନିଲ ଦେଶମୁଖଙ୍କୁ ରାହତ ମିଳିନାହିଁ । ହାଇକୋର୍ଟ ଏହି ମାମଲାରେ କହିଥିଲେ ଯେ ସେ ଅଭିଯୁକ୍ତ ନୁହଁନ୍ତି, ଏଥିପାଇଁ ସେ ଯାଂଚର ଜିନିଷ ସାମ୍ନା କରିଛନ୍ତି । ଏହି କଠୋର କାର୍ଯ୍ୟାନୁଷ୍ଠାନ କରାଯାଇ ପାରିବନାହିଁ । ଏଥିପାଇଁ ଅନୀଲ ଦେଶମୁଖ ଇଡି ଆଗରେ ହାଜର ହୋଇ ତାଙ୍କୁ ଗିରଫ କରାଯାଇଥିଲା । ଇଡି ଗୁରୁବାର ଦିନ ଏହି ମାମଲାରେ ଅନୀଲ ଦେଶମୁଖଙ୍କ ପୁଅ ଋଷିକେଶଙ୍କୁ ମଧ୍ୟ ସମନ ଜାରିକରି ଆଜି ପଚରାଉଚୁରା ପାଇଁ ଡକାଯାଇଥିଲା । ଇଡିର ସମନକୁ ମୁମ୍ବାଇ ସତ୍ର ନ୍ୟାୟାଳୟରେ ଚାଲେଂଜ କରା ଯିବ ।
