ବାଲେଶ୍ୱର : ଦୋକାନ ଭିତରେ ପଶି ମାଲିକକୁ ହାଣିଲେ ଦୁର୍ବୃତ୍ତ, ଡାକ୍ତରଖାନାରେ ଭର୍ତ୍ତି
ବାଲେଶ୍ଵର : ବାଲେଶ୍ଵର ସହରରେ ଆଇନ ଶୃଙ୍ଖଳା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଚୋରି, ଛିନତାଇ, ଲୁଟ୍ ସହ ହତ୍ୟା ଘଟଣା ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର କିଛି ଦୁର୍ବୃତ୍ତ ଏକ ଦୋକାନରେ ପଶି ଦୋକାନ ମାଲିକଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଦୋକାନ ମାଲିକ ଗୁରୁତର ହୋଇଥିଲେ । ଗୁରୁତର ଦୋକାନ ମାଲିକଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ଯେ, ଶୁକ୍ରବାର ଅପରାହ୍ନରେ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ପଢୁଆଁପଦା ଅଞ୍ଚଳର ଦି ଲେୟର୍ ଗାର୍ମେଣ୍ଟ ଦୋକାନ (ଲୁଗା ଦୋକାନ)ରେ ପଶି ୩ ଜଣ ଦୁର୍ବୃତ୍ତ ଦୋକାନ ମାଲିକ ବିଶ୍ଵଜିତ ସେଠୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଏଥିରେ ବିଶ୍ଵଜିତଙ୍କ ଉଭୟ ହାତର ଆଙ୍ଗୁଳି ଓ ଡାହାଣ ହାତର ବାହୁରେ ଆଘାତ ଲାଗିଛି । ଗୁରୁତର ବିଶ୍ଵଜିତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
