୨ହଜାର ୨୫୬ଟି ମାଟି ଦୀପରେ ମା’ କାଳୀଙ୍କର ପ୍ରତିମୂର୍ତ୍ତି ନିର୍ମାଣ କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟାନାୟକ
ପୁରୀ : ଆଜି ଆଲୋକର ପର୍ବ ଦୀପାବଳି । ଏହି ଅବସରରେ ଖ୍ୟାତନାମା ବାଲୁକା ଶିଲ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟାନାୟକ ପୁରୀ ବେଳାଭୂମିରେ ୨ହଜାର ୨୫୬ଟି ମାଟି ଦୀପ ବ୍ୟବହାର କରି ମା’ କାଳୀଙ୍କର ଏକ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଏଥିସହ ଏହି ପ୍ରତିମୂର୍ତ୍ତି ଦ୍ୱାରା ଦୀପାବଳିର ଶୁଭେଚ୍ଛା ଜଣାଇ ସବୁଜ ଦୀପାବଳି ଏବଂ ସୁରକ୍ଷିତ ଦୀପାବଳି ପାଳନ କରିବା ପାଇଁ ବାର୍ତ୍ତା ପ୍ରଦାନ କରିଛନ୍ତି।
#HappyDiwali My SandArt of Goddess Maa Kali with installation of 2,256 diyas and a message of " Have a #GreenDiwali, #SafeDiwali ", at Puri beach in Odisha. pic.twitter.com/2AOi3chQGK
— Sudarsan Pattnaik (@sudarsansand) November 4, 2021
ଶ୍ରୀ ପଟ୍ଟାନାୟକ ଏହି ବାଲୁକା କଳାର ଏକ ଭିଡିଓକୁ ନିଜ ଟ୍ଵିଟର ହାଣ୍ଡଲରେ ସେୟାର କରି କହିଛନ୍ତି, ଦୀପାବଳି ଅବସରରେ ମୋ ଦ୍ୱାରା ପ୍ରସ୍ତୁତ ଦେବୀ ମା କାଳୀଙ୍କ ବାଲୁକା କଳା। ଯାହା ୨,୨୫୬ଟି ମାଟି ଦୀପ ସହାୟତାରେ ଓଡିଶାର ପୁରୀ ବେଳାଭୂମିରେ ପ୍ରସ୍ତୁତ ହୋଇଛି। ଦୀପାଳିର ଶୁଭକାମନା। ସବୁଜ ଦୀପାବଳ ଓ ସୁରକ୍ଷିତ ଦୀପାବଳି ପାଳନ କରନ୍ତୁ।
