ଯବାନଙ୍କ ସହ ଦୀପାବଳି ପାଳନ କଲେ ପ୍ରଧାନମନ୍ତ୍ରୀ
ନୌସେରା : ଯବାନଙ୍କ ସହ ଦୀପାବଳି ଉତ୍ସବ ପାଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜମ୍ମୁ କାଶ୍ମୀରର ନୌସେରାରେ ପ୍ରଧାନମନ୍ତ୍ରୀ ମୋଦୀ ପହଞ୍ଚି ସେଠାରେ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହାପରେ ଯବାନଙ୍କ ସହ ଦୀପାବଳି ପାଳନ କରିବା ସହ ସେମାନଙ୍କ ସହ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା କରିଥିଲେ। ସୀମାନ୍ତରେ ପହରା ଦେଉଥିବା ଯବାନମାନେ ଦେଶର ‘ସୁରକ୍ଷା କବଚ’ ବୋଲି କହି ଆଜି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଯବାନମାନଙ୍କୁ ପ୍ରଶଂସା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ଯବାନଙ୍କ ଯୋଗୁଁ ହିଁ ଦେଶବାଦୀ ଶାନ୍ତିରେ ଶୋଇ ପାରୁଛନ୍ତି।
ଆମ ଯବାନମାନେ ‘ମା ଭାରତୀ’ଙ୍କ ‘ସୁରକ୍ଷା କବଚ’। ଆପଣମାନଙ୍କ ଯୋଗୁଁ ହିଁ ଆମ ଦେଶବାସୀ ଶାନ୍ତିରେ ନିଦ୍ରା ଯାଉଛନ୍ତି ଏବଂ ଦୀପାବଳି ଉତ୍ସବ ସୁଖପ୍ରଦ ହେଉଛି। ଆମ ସୀମାନ୍ତରେ ପହରା ଦେଉଥିବା ଯବାନମାନଙ୍କ ସହିତ ମୁଁ ସବୁଥର ଦୀପାବଳି ପାଳନ କରେ। ଏଠାରେ ଥିବା ଯବାନମାନଙ୍କ ପାଇଁ ଆଜି ମୁଁ କୋଟି କୋଟି ଭାରତୀୟଙ୍କ ଆଶିଷ ନେଇ ଆସିଛି। ଏହା ପରେ ପ୍ରଧାନମନ୍ତ୍ରୀ ଯବାନମାନଙ୍କ ସହ ସ୍ୱକୀୟ ବାର୍ଷିକ ପ୍ରଥାମତେ ଦୀପାବଳି ପାଳନ କରୁଛନ୍ତି।
