ଟି-୨୦ ବିଶ୍ୱକପ୍ : ବାଂଲାଦେଶକୁ ୮ ଓ୍ଵିକେଟ୍ରେ ହରାଇଲା ଅଷ୍ଟ୍ରେଲିଆ
Australia's Adam Zampa, second left, with others wait for the third umpire decision for England's Jason Roy during the Cricket Twenty20 World Cup match between Australia and England in Dubai, UAE, Saturday, Oct. 30, 2021. (AP Photo/Aijaz Rahi)
ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ଟି-୨୦ ବିଶ୍ୱକପ୍ରେ ଗୁରୁବାର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ଅଷ୍ଟ୍ରେଲିଆ ଓ ବାଂଲାଦେଶ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଅଷ୍ଟ୍ରେଲିଆ ଉଭୟ ବୋଲିଂ ଓ ବ୍ୟାଟିଂ ଦିଗରେ ଭଲ ପ୍ରଦର୍ଶନ କରି ବାଂଲାଦେଶକୁ ୮ ଓ୍ଵିକେଟ୍ରେ ପରାସ୍ତ କରିଛି।
ଅଷ୍ଟ୍ରେଲିଆ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଦଳର ବୋଲରମାନେ ଦମଦାର ବୋଲିଂ କରଥିଲେ। ସେମାନେ ବାଂଲାଦେଶୀ ଖେଳାଳି ମାନଙ୍କୁ ଅତି ସହଜରେ ୧୫ ଓଭରରେ ଅଲଆଉଟ୍ କରିଥିଲେ। ବାଂଲାଦେଶ ମାତ୍ର ୧୦ ରନ୍ରେ ଆଗଧାଡ଼ିର ୩ ଜଣ ବ୍ୟାଟ୍ସମ୍ୟାନ୍ଙ୍କୁ ହରାଇଥିଲା। ଦଳୀୟ ସ୍କୋର ୧ ରନ୍ରେ ଲିଟନ୍ ଦାସ, ୬ ରନ୍ରେ ସୌମ୍ୟ ସରକାର ଓ ୧୦ ରନ୍ରେ ମୁଶଫିକର ରହିମ୍ ଆଉଟ୍ ହୋଇଥିଲେ। ଏମାନେ ବ୍ୟକ୍ତିଗତ ଭାବରେ ଯଥାକ୍ରମେ ଦଳ ପାଇଁ ୦, ୫ ଓ ୧ ରନ୍ କରିଥିଲେ। ଦଳ ପାଇଁ ସର୍ବାଧିକ ୧୯ ରନ୍ କରିଥିଲେ ସମିମ୍ ହୁସେନ୍(୧୯)। ସେହିପରି ମହମ୍ମଦ ନଇମ୍ ୧୭ ରନ୍ ଓ ଅଧିନାୟକ ମହମ୍ମଦୁଲ୍ଲା ୧୬ ରନ୍ କରିଥିଲେ। ଦଳର ଅନ୍ୟ ବ୍ୟାଟ୍ସମ୍ୟାନ୍ମାନେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। ବାଂଲଦେଶ ସମସ୍ତ ଓ୍ଵିକେଟ୍ ହରାଇ ୭୩ ରନ୍ କରିଥିଲା। ଫଳରେ ଅଷ୍ଟ୍ରେଲିଆକୁ ୭୪ ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା। ଅଷ୍ଟ୍ରେଲିଆ ବିଜୟ ଲକ୍ଷ୍ୟକୁ ୨ଟି ଓ୍ଵିକେଟ୍ ହରାଇ ୬.୨ଓଭରରେ ହାସଲ କରିଥିଲା। ଅଷ୍ଟ୍ରେଲିଆ ପାଇଁ ଡେଭିଡ ଓ୍ଵାର୍ଣ୍ଣର ଓ ଆରୋନ୍ ଫିଞ୍ଚ ଇନିଂସ ଆରମ୍ଭ କରିଥିଲେ। ଉଭୟ ଖେଳାଳି ପ୍ରଥମ ଓ୍ଵିକେଟ ପାଇଁ ୫୮ ରନ୍ର ଭାଗିଦାରୀ ହୋଇପାରିଥିଲେ। ଓ୍ଵାର୍ଣ୍ଣର ୧୪ଟି ବଲ୍ ଖେଳି ୩ଟି ଚୌକା ସହାୟତାରେ ୧୮ ରନ୍ କରିଥିଲେ। ସେହିପରି ଅଧିନାୟକ ଆରୋନ ଫିଞ୍ଚ ୨୦ଟି ବଲ ଖେଳି ୨ଟି ଚୌକା ଓ ୪ଟି ଛକା ବଳରେ ୪୦ ରନ୍ କରିଥିଲେ। ମିଚେଲ ମାର୍ଶ ଅପରାଜିତ ୧୬ ରନ୍ ସଂଗ୍ରହ କରିଥିଲେ। ପୂର୍ବରୁ ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆର ବୋଲରଙ୍କ ଆଗରେ ବାଂଲାଦେଶର ଖେଳାଳିମାନେ ଜଣକ ପରେ ଜଣେ ଆତ୍ମସମର୍ପଣ କରିଥିଲେ। ଅଷ୍ଟ୍ରେଲିଆ ତରଫରୁ ଆଦାମ୍ ଜାମ୍ପା ସର୍ବାଧିକ ୫ଟି ଓ୍ଵିକେଟ୍ ନେଇଥିଲେ। ମିଚେଲ ଷ୍ଟାର୍କସ ଓ ଜୋସ୍ ହେଜେଲଉଡଙ୍କୁ ୨-୨ ଓ୍ଵିକେଟ୍ ମିଳିଥିବା ବେଳେ ଗ୍ଲେନ୍ ମେକ୍ସେଓ୍ଵଲଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଥିଲା।
