ଟି-୨୦ ବିଶ୍ୱକପ୍ : ସ୍କଟଲାଣ୍ଡ ବିରୋଧରେ ୧୬ ରନରେ ଜିତିଲା ନ୍ୟୁଜିଲାଣ୍ଡ, ଭାରତ ପାଇଁ ବଢ଼ିଲା ଅଡ଼ୁଆ
ଦୁବାଇ : ଆଇସିସି ଟି୨୦ ୱାର୍ଲ୍ଡ କପ୍ ୨୦୨୧ରେ ବୁଧବାର ନ୍ୟୁଜିଲାଣ୍ଡ ଓ ସ୍କଟଲାଣ୍ଡ ମଧ୍ୟରେ ଖେଳ ଯାଇଥିଲା । ଏଥିରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧୭୩ ରନର ଲକ୍ଷ୍ୟ ରଖିଥିବାବେଳେ ସ୍କଟଲାଣ୍ଡ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୫୬ରନ କରିପାରିଥିଲା । ଏହି ବିଜୟ ସହ ନ୍ୟୁଜିଲାଣ୍ଡ ୩ଟି ମ୍ୟାଚର ୨ଟି ମ୍ୟାଚ ଜିତି ୪ ପଏଣ୍ଟ ପାଇଛି । ଅନ୍ୟପକ୍ଷରେ ସ୍କଟଲାଣ୍ଡ ୩ଟି ମ୍ୟାଚ ଖେଳି ପରାଜିତ ହୋଇଛି ।
ନ୍ୟୁଜିଲାଣ୍ଡର ବିଜୟ ସହ ଭାରତ ପାଇଁ ସେମିଫାଇନାଲରେ ପହଞ୍ଚିବା ପାଇଁ ଅଡ଼ୁଆ ବଢ଼ିଛି । ନ୍ୟୁଜିଲାଣ୍ଡର ତିନିଟି ମ୍ୟାଚରୁ ଆଜିର ମ୍ୟାଚରେ ଏହାର ଦ୍ୱିତୀୟ ମ୍ୟାଚ ଏବଂ ଟିମକୁ ୪ ପଏଣ୍ଟ ରହିଛି । ଏହା ସହ ନ୍ୟୁଜିଲାଣ୍ଡ ସେମିଫାଇନାଲ ପାଇଁ ପଥ ପରିଷ୍କାର କରିଛି । ବୁଧବାର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୫ ୱିକେଟରେ ୧୭୨ ରନ କରିଥିଲା । ପରେ ସ୍କଟଲାଣ୍ଡକୁ ନିର୍ଦ୍ଦାରିତ ୨୦ ଓଭରରେ ୫ ୱିକେଟରେ ୧୫୬ ରନରେ ରୋକିବାକୁ ସମର୍ଥ ହୋଇଥିଲା । ସ୍କଟଲାଣ୍ଡ ପାଇଁ ମାଇକେଲ ଲୀସ୍କ ସବୁଠାରୁ ଅଧିକ ୨୦ ବଲରେ ୪୨ ରନ ହାସଲ କରିଥିଲେ । ସେହିଭଳି ନ୍ୟୁଜିଲାଣ୍ଡ ପାଇଁ ଟ୍ରେଣ୍ଟ ବୋଲ୍ଟ ଏବଂ ଇଶ ସୋଢ଼ୀ ଦୁଇ ଦୁଇ ୱିକେଟ ନେଇଥିଲେ ।
