ପାଣି ଭିତରକୁ ଟାଣି ନେଲା କୁମ୍ଭୀର, ଯୁବକ ନିଖୋଜ
ଯାଜପୁର : ଯାଜପୁର ଜିଲା ବରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉଦୟନାଥପୁର ପଂଚାୟତରେ ଅଘଟଣ । ଜଣେ ଯୁବକକୁ ପାଣି ଭିତରକୁ ଟାଣି ନେଲା କୁମ୍ଭୀର । ଯାହାକି ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଯୁବକ ଜଣକ ହେଲେ ଏହି ପଂଚାୟତ ଅନ୍ତର୍ଗତ କହରା ଗଣ୍ଡ ଗ୍ରାମର ମୁରଲୀ ମଲ୍ଲିକଙ୍କ ପୁଅ ସୌମ୍ୟରଞ୍ଜନ(୨୨)ବୋଲି ଜଣାପଡିଛି । ସେ ସକାଳୁ ଖରସ୍ରୋତା ନଦୀ ଶାଖା ନାଳ ନାଉପାଣିଆ ମଙ୍ଗଳା ଗଣ୍ଡ ନିକଟରେ ମାଛ ଧରୁଥିଲେ । ସେହି ସମୟରେ କୁମ୍ଭୀର ତାଙ୍କୁ ପାଣି ଭିତରୁ ଟାଣି ନେଇଥିଲା । ଏପର୍ଯ୍ୟନ୍ତ ନିଖୋଜ ଯୁବକର କୌଣସି ସନ୍ଧାନ ମିଳି ନ ଥିବା ଜଣାପଡିଛି ।
