ଦୀପାବଳି ପରେ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ
- ନୂଆବର୍ଷ ସୁଦ୍ଧା ଖୋଲିବ ସମସ୍ତ କ୍ଲାସ୍
ଭୁବନେଶ୍ୱର : ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବୁଧବାର ଦିନ କହିଛନ୍ତି ଯେ ଟିକାକରଣ ପରେ ସଂକ୍ରମଣ କମ ହେଉଥିବାରୁ ସରକାର ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବା ନେଇ ଚିନ୍ତା କରୁଛନ୍ତି । ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ କେବେ ଖୋଲିବ ସେ ନେଇ ବିଚାରବିମର୍ଶ ଚାଲିଛି । ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବା ନେଇ ବିଚାର କରାଯାଉଛି । ପର୍ଯ୍ୟାୟକ୍ରମେ ପ୍ରଥମରୁ ପଂଚମ ଶ୍ରେଣୀ ପାଠପଢ଼ା ପାଇଁ ସ୍କୁଲ ଖୋଲିବ ।
କରୋନା ଯୋଗୁ ବିପର୍ଯ୍ୟସ୍ତ ହୋଇ ଯାଇଥିବା ପାଠପଢ଼ା ଏବେ ଧିରେ ଧିରେ ଟ୍ରାକ୍କୁ ଆସୁଛି। ବର୍ତ୍ତମାନ ଅଷ୍ଟମରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା କ୍ଲାସରୁମ୍ରେ ଚାଲିଥିବା ବେଳେ ଦିପାବଳୀ ପରେ ଖୋଲିବ ଷଷ୍ଠ ଓ ସପ୍ତମ । ହେଲେ ନୂଆବର୍ଷ ସୁଦ୍ଧା ସବୁ ଶ୍ରେଣୀ ଖୋଲିପାରେ ବୋଲି ଆଶାବାଦୀ ଥିବା କହିଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ । ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ଉପରେ ବିଚାର କରାଯିବ ବୋଲି ମନ୍ତ୍ରୀ ସମ୍ବଲପୁର ଗସ୍ତବେଳେ ସୂଚନା ଦେଇଛନ୍ତି । ଏନେଇ ଗଣମାଧ୍ୟମ ପ୍ରତିନିଧୀଙ୍କୁ ଦେଇ ଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି, କରୋନାର ତୃତୀୟ ଲହରର କୋପ ଧିରେ ଧିରେ କମିବାରେ ଲାଗିଛି। ତେଣୁ ନୂଆବର୍ଷ ବେଳକୁ ସବୁ କ୍ଲାସ ଖୋଲିଯାଇଥିବ ବୋଲି ଆଶା କରୁଛୁ। ପ୍ରଥମ ପର୍ଯ୍ୟାୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବା ଉପରେ ବିଚାର କରୁଛୁ । ପରବର୍ତ୍ତୀ ପଯର୍ୟାୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ଉପରେ ବିଚାର କରାଯିବ । ପ୍ରଥମ, ଦ୍ୱିତିୟ ପିଲାଙ୍କୁ ସାମାଜିକ ଦୂରତା ବିଷୟରେ କହି କିଛି ଲାଭ ନାହିଁ। ତେଣୁ ସେମାନଙ୍କ ସ୍କୁଲ ଖୋଲିବା ପରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ।
