ବାଲେଶ୍ୱର ଭାଜପା ପଞ୍ଚପଡ଼ା ମଣ୍ଡଳର ସାଂଗଠନିକ ବୈଠକ
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ପଞ୍ଚପଡ଼ା ମଣ୍ଡଳରେ ଭାଜପାର ସାଂଗଠନିକ ବୈଠକ ଶିଲଦା ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନ ପରିଚାଳନା, ପାର୍ଥୀ ଚୟନ ଓ ରଣନୀତି ବିଷୟରେ ବିଷଦ ଆଲୋଚନା ହୋଇଥିଲା । ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ଆସନ୍ନ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଉପସ୍ଥିତ କର୍ମକର୍ତ୍ତା ବୃନ୍ଦଙ୍କୁ ସଂଗଠନରେ ଏକତାର ମନ୍ତ୍ର, ସାଂଗଠନିକ ଶକ୍ତି ଓ ବିଜୟର ଉଦ୍ଦୀପନାର ସଞ୍ଚାର କରାଇଥିଲେ ।
ବୈଠକକୁ ମଣ୍ଡଳ ସଭାପତି ବିଜୟ ଦାସ ପରିଚାଳନା କରିଥିଲେ । ସାମୁଦ୍ରିକ ବନ୍ଦେ ମାତରମ ଗାନ ପରେ ଆନୁଷ୍ଠାନିକ ବୈଠକ ଆରମ୍ଭ ହୋଇଥିଲା । ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ବୁଆଁଳ ସମିତି ସଭ୍ୟ ସଦସ୍ୟ ରବିନାରାୟଣ ମହାପାତ୍ର, ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଓ ପର୍ଶୁରାମ ବେହେରା, ବାଲେଶ୍ୱର ବିଧାୟକ ପାର୍ଥୀ ମାନସ କୁମାର ଦତ୍ତ ଓ ଜିଲା ସଭାପତି ଉମାକାନ୍ତ ମହାପାତ୍ର ଏହି ଆଲୋଚନାରେ ଭାଗ ନେଇଥିଲେ । ଜିଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଜିଲା ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ଜିଲା ପରିଷଦ ସଦସ୍ୟା ସୁମତି ନାୟକ, ସମିତି ସଭ୍ୟ ସାଗେନ ମାଝୀ, ବହାବଳପୁର ସରପଞ୍ଚ ରଶ୍ମିତା ମଣ୍ଡଳ, ସାର୍ଥା ସରପଞ୍ଚ ସାନାଆଁ ମୁର୍ମୂ, ସମିତି ସଭ୍ୟା ଜୟନ୍ତୀ ମୁର୍ମୂ, ପଞ୍ଚପଡ଼ା ସରପଞ୍ଚ ଅନ୍ନପୂର୍ଣ୍ଣା ମଣ୍ଡଳ, ପଞ୍ଚପଡ଼ା ମଣ୍ଡଳ ପ୍ରଭାରୀ ବେଣୁଧର ପରିଡ଼ା, ଏମ୍ପି ପ୍ରତିନିଧି ସୁଶାନ୍ତ ବେରା, ପୂର୍ବତନ ମଣ୍ଡଳ ପ୍ରଭାରୀ ଲୋକନାଥ ଭୂୟାଁ, ସମେତ ସମସ୍ତ ମଣ୍ଡଳ ପଦାଧିକାରୀ ଯୋଗ ଦେଇଥିଲେ ।
